କାନାଡାରେ ଖଲିସ୍ତାନୀ ଆତଙ୍କୀ ନିଜରଙ୍କ ଦେହରେ ବାଜିଥିଲା ୩୪ଟି ଗୁଳି, ଦୁଇଟି ଗାଡ଼ିରେ ଆସିଥିଲେ ୬ ଆକ୍ରମଣକାରୀ

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜରଙ୍କ ହତ୍ୟାର ଏକ ସିସିଟିଭି ଭିଡିଓ ସାମ୍ନାକୁ ଆସିଛି। କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ସରେ ଅଞ୍ଚଳରେ ଥିବା ଏକ ଗୁରୁଦ୍ୱାରର ପାର୍କିଂ ସ୍ଥଳୀରେ ନିଜରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜରଙ୍କ ହତ୍ୟାର ଏକ ସିସିଟିଭି ଭିଡିଓ ସାମ୍ନାକୁ ଆସିଛି। କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ସରେ ଅଞ୍ଚଳରେ ଥିବା ଏକ ଗୁରୁଦ୍ୱାରର ପାର୍କିଂ ସ୍ଥଳୀରେ ନିଜରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ୱାଶିଂଟନ୍ ପୋଷ୍ଟରେ ପ୍ରକାଶିତ ରିପୋର୍ଟ ଅନୁସାରେ, ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ହେଲା, ନିଜରଙ୍କୁ ହତ୍ୟା କରିବା ପାଇଁ ପ୍ରାୟ ୬ ଜଣ ଆକ୍ରମଣକାରୀ ଦୁଇଟି ଗାଡିରେ ଆସିଥିଲେ। ନିଜରଙ୍କ ଧୂସର ରଙ୍ଗର ପିକଅପ୍ ଟ୍ରକ୍ ଏବଂ ଏକ ଧଳା ରଙ୍ଗର ସେଡାନ୍ ଗାଡ଼ି ଗୁରୁଦ୍ୱାର ପାର୍କିଂରେ ଏକାଠି ଯାଉଥିବା ଭିଡିଓରେ ଦେଖାଯାଉଛି।

ରିପୋର୍ଟ ଅନୁସାରେ, ଧଳା ସେଡାନ୍ ହଠାତ୍ ସାମ୍ନାକୁ ଆସୁଛି ଏବଂ ନିଜରଙ୍କ ପିକଅପ୍ ଟ୍ରକକୁ ଅଟକାଇବାକୁ ଚେଷ୍ଟା କରୁଛି। ଏହି ସମୟରେ ହୁଡ୍‌ ସ୍ୱେଟ୍‌ଶାର୍ଟ ପିନ୍ଧିଥିବା ଦୁଇଜଣ ଆକ୍ରମଣକାରୀ ଆସୁଛନ୍ତି ଏବଂ ଟ୍ରକ୍‌ର ସିଟ୍‌ରେ ବସିଥିବା ନିଜରଙ୍କ ଉପରକୁ ଆଖିବୁଜା ଗୁଳି ଚଳାଉଛନ୍ତି। ଏହାପରେ ସେଡାନ ଗାଡ଼ି ପାର୍କିଂ ସ୍ଥାନରୁ ଚାଲିଯାଉଛି। ଉଭୟ ଆକ୍ରମଣକାରୀ ମଧ୍ୟ ସମାନ ଦିଗରେ ଦୌଡ଼ୁଛନ୍ତି।

ସ୍ଥାନୀୟ ଲୋକେ କହିଛନ୍ତି, ଆକ୍ରମଣକାରୀମାନେ ପ୍ରାୟ ୫୦ ରାଉଣ୍ଡ ଗୁଳି ଚଳାଇଥିଲେ, ସେଥିମଧ୍ୟରୁ ୩୪ଟି ଗୁଳି ନିଜରଙ୍କ ଦେହରେ ବାଜିଥିଲା। ପୋଲିସକୁ ସ୍ଥାନୀୟ ସମୟ ରାତି ୮ଟା ୨୭ରେ ଗୁଳିକାଣ୍ଡର ପ୍ରଥମ ରିପୋର୍ଟ ମିଳିଥିଲା। ଏହି ପୂରା ଘଟଣା ଗୁରୁଦ୍ୱାରରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ଏହି ଫୁଟେଜକୁ କାନାଡାର ତଦନ୍ତ ସଂସ୍ଥା ସହିତ ସେୟାର କରାଯାଇଛି।

Leave A Reply

Your email address will not be published.