ଅଷ୍ଟ୍ରେଲିଆ ସିଡନୀରେ ଗୁଞ୍ଜରିଲା ‘ଫୁଲ ବଉଳ ବେଣୀ’

ଅଷ୍ଟ୍ରେଲିଆ ସିଡନୀରେ ଓଡ଼ିଆ ସଂସ୍କୃତିର ଝଲକ, ଖୁବ୍‌ ଜମିଲା ନାଚ ଗୀତ

ଅଷ୍ଟ୍ରେଲିଆରେ ଓଡ଼ିଆଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ । ଖୁବ୍‌ ଜମିଲା ନାଚ ଗୀତଆଉ ଓଡ଼ିଆ ସଂସ୍କୃତିର ଝଲକ । ଅଷ୍ଟ୍ରେଲିଆ ନ୍ୟୁସାଉଥ୍‌ େଓ୍ଵଲ୍ସ ସ୍ଥିତ ପ୍ରବାସୀ ଓଡ଼ିଆ ସଂଘ ‘ଓରିଓଜ୍‌ ନ୍ୟୁସାଉଥ୍‌ େଓ୍ଵଲ୍ସ’ ତରଫରୁ ଗତ ୨୪ ତାରିଖ ଦିନ ଫୁଲ ବଉଳ ବେଣୀର ଷଷ୍ଠ ସଂସ୍କରଣ ଆୟୋଜିତ ହୋଇଥିଲା । ସ୍ମିତା ସାମନ୍ତରାୟଙ୍କ ତତ୍ତ୍ୱାବଧାନରେ ବ୍ଲାକ୍‌ ଟାଉନ୍‌ ବୋମାନ ହଲରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପାରାମାଟ୍ଟା କାଉନସିଲର ଲର୍ଡ ମେୟର ସମୀର ପାଣ୍ଡେ, ସ୍ୱାମୀ ବିବେକାନନ୍ଦ କଲଚରାଲ ସେଣ୍ଟର ନିର୍ଦ୍ଦେଶକ ତଥା ଭାରତୀୟ କନସୁଲେଟ୍‌ ନିୟତି ମେହଟ୍ଟା, ବ୍ଲାକ ଟାଉନ୍‌ ସିଟି କାଉନସିଲର ମନୀନ୍ଦର ସିଂହ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

pbb-2
ଫୁଲ ବଉଳ ବେଣୀ କାର୍ଯ୍ୟକ୍ରମରେ ଓଡ଼ିଶାର ସଂସ୍କୃତି ଓଡ଼ିଶୀ, ପାଲା, ଗୀତିନାଟ୍ୟ, ଓଡ଼ଆ ଗୀତ, ଲୋକନୃତ୍ୟ ଆଦି ପରିଷେଣ ହୋଇଥିଲା । ଏହା ସହିତ ଯୋଗ, ଫ୍ୟାସନ ସୋ, ମ୍ୟୁଜିକାଲ ବ୍ୟାଣ୍ଡ ଆଦି ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଉପସ୍ଥିତ ପ୍ରବାସୀ ଓଡ଼ିଆ ଏବଂ ଅନ୍ୟ ଦର୍ଶକମାନେ ଏହାର ଖୁବ୍‌ ମଜା ନେଇଥିଲେ ।

Leave A Reply

Your email address will not be published.