ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗି ୨ ବିଜେପି ବିଧାୟକ ନିଲମ୍ବିତ

ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗି ୨ ବିଜେପି ବିଧାୟକ ନିଲମ୍ବିତ। ଏମାନେ ହେଲେ ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ । ଉଭୟଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି। ଚଳିତ ଅଧିବେଶନର ଶେଷ ପର୍ଯ୍ୟନ୍ତ ସସପେଣ୍ଡ କରାଯାଇଛି।

କେନ୍ୟୁଜ୍(ବ୍ୟୁରୋ):  ୨ ବିଜେପି ବିଧାୟକ ନିଲମ୍ବିତ । ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗି ୨ ବିଜେପି ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ ସସପେଣ୍ଡ। ଉଭୟଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ ପ୍ରଥମେ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ । ପରେ ପଲିଥିନରେ ଆଣିଥିବା ଡାଲି ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଫିଙ୍ଗିଥିଲେ। ଚଳିତ ମୌସୁମୀ ଅଧିବେଶନର ଶେଷ ପର୍ଯ୍ୟନ୍ତ ଉଭୟଙ୍କୁ ସସପେଣ୍ଡ କରାଯାଇଛି।

ଏନେଇ ପ୍ରତିକ୍ରିୟାରେ ବାଚସ୍ପତି ପ୍ରମିଳା ମଲ୍ଲିକ କହିଛନ୍ତି, ବିଜେପି ବିଧାୟକଙ୍କ ଆଚରଣ ଓ ଉଚ୍ଚାରଣରେ ଗୃହ କ୍ଷୁବ୍ଧ । ବିଧାନସଭାର ନୀତି ନିୟମ ଓ ସମ୍ବିଧାନ ଅନୁସାରେ ନିଷ୍ପତ୍ତି ନିଆଯାଇଛି । ଗୃହର ମତ ନିଆଯାଇ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ବାଚସ୍ପତି କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.