ନେତାଙ୍କ ଶିକ୍ଷାଗତ ଯୋଗ୍ଯତା : ଜାଣନ୍ତୁ କେଉଁ ମନ୍ତ୍ରୀ ପଢିଛନ୍ତି ଅଧିକ ପାଠ

ଆମେ ଆମ ଦେଶର ରାଜନେତାଙ୍କୁ ନେଇ ଅନେକ କିଛି ଶୁଣୁଛେ ଆଉ ଦେଖୁଛେ । ଖାସ୍ କରି ବିବାଦ, ଦୁର୍ନୀତି ଓ ଦୁଷ୍କର୍ମ ଆଦି ଅନେକ ମାମଲାରେ ଅଧିକାଂଶ ସମୟରେ ଅଧିକାଂଶ ନେତା ରାଜନେତାଙ୍କ ନାଁ ଆସିଥାଏ । ତେବେ ନେତା ରାଜନେତା ମାନଙ୍କ କାର୍ଯ୍ଯ କରିବା ଶୈଳୀ, ସମ୍ପତ୍ତି ଏବଂ ଶିକ୍ଷାଗତ ଯୋଗ୍ଯତାକୁ ନେଇ ଅନେକ ସମୟରେ ଉଠିଥାଏ ପ୍ରଶ୍ନ । ଖାସ୍ କରି କେଉଁ ମନ୍ତ୍ରୀ କେତେ ପାଠ ପଢିଛନ୍ତି ତାହା ଜାଣିବାକୁ ପ୍ରାୟ ସମସ୍ତେ ଆଗ୍ରହୀ । ଏବେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ସବୁଠାରୁ ଅଧିକ ପଢିଥିବା ମନ୍ତ୍ରୀ କିଏ ?

ମନମୋହନ ସିଂହ 

manmohan singhସବୁଠାରୁ ଶିକ୍ଷିତ ଭାରତୀୟ ରାଜନେତାଙ୍କ ତାଲିକାର ଶୀର୍ଷରେ ରହିଛି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର । ମନମୋହନ ସିଂହ ପଂଜାବ ବିଶ୍ବବିଦ୍ଯାଳୟରୁ ଇକୋନୋମିକ୍ସରେ ମାଷ୍ଟର ଡିଗ୍ରୀ କରିଛନ୍ତି । ଏହା ପରେ ୧୯୫୭ରେ କେମ୍ବ୍ରିଜ୍ ବିଶ୍ବବିଦ୍ଯାଳୟର ସେଂଟ୍ ଜୋନ୍ସ କଲେଜରେ ଅର୍ଥଶାସ୍ତ୍ରରେ ବିଶେଷ ଅଧ୍ୟୟନ କରିଛନ୍ତି । ଏହାପରେ ୧୯୬୦ରେ ଅକ୍ସଫୋର୍ଡ ବିଶ୍ବବିଦ୍ଯାଳୟରୁ ଅର୍ଥଶାସ୍ତ୍ରରେ ଡକ୍ଟରେଟର ଡିଗ୍ରୀ ହାସଲ କରିଥିଲେ ମନମୋହନ ସିଂହ ।

ସୁବ୍ରମଣ୍ଯନ୍ ସ୍ବାମୀ :

swamyଭାରତ ସରକାରରେ ଅର୍ଥମନ୍ତ୍ରୀ ରହିସାରିଥିବା ପ୍ରଖ୍ଯାତ ଓକିଲ ସୁବ୍ରମଣ୍ଯନ୍ ସ୍ବାମୀ ହିନ୍ଦୁ କଲେଜରୁ ଗଣିତରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ଏହା ସହ  Indian Statistical Institute, କୋଲକାତାରୁ Statistic ରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ଏହା ସହ ହାୱଡା ବିଶ୍ବବିଦ୍ଯାଳୟରେ ଅର୍ଥଶାସ୍ତ୍ରରେ ପିଏଚଡି ମଧ୍ୟ କରିଛନ୍ତି ।

ଶଶି ଥରୁର୍ :

sashi tharoorଶଶି ଥରୁର୍ କେବଳ କଂଗ୍ରେସର ବରିଷ୍ଠ ନେତା ନୁହଁନ୍ତି ବରଂ ଶିକ୍ଷା ମାମଲାରେ ମଧ୍ୟ ତାଙ୍କ ସମାସ୍କନ୍ଦ କେହି ନାହାଁନ୍ତି । ଦିଲ୍ଲୀର ସେଂଟ୍ ଷ୍ଟିଫନ୍ କଲେଜରୁ ଇତିହାସରେ ସ୍ନାତକ, ଟଫଟ୍ସ ୟୁନିଭର୍ସିଟିର ଫ୍ଲେଚର୍ ସ୍କୁଲ୍ ଅଫ୍ ଲ ଆଣ୍ଡ୍ ଡିପ୍ଲୋମାସିରୁ ଏମଏ ଏବଂ ଏମଏଲଡିରେ ଡିଗ୍ରୀ ହାସଲ୍ କରିଛନ୍ତି । ମାତ୍ର ୨୨ ବର୍ଷ ବୟସରେ ଶଶି ଥରୁର ପିଏଚଡି ପୁରା କରିଥିଲେ ।

ଜୟନ୍ତ ସିହ୍ନା :

jayant sinha

ମୋଦି ସରକାରଙ୍କ ନାଗରିକ ଉନ୍ନୟନ ରାଜ୍ଯ ମନ୍ତ୍ରୀ ଜୟନ୍ତ ସିହ୍ନା ଆଇଆଇଟି ଦିଲ୍ଲୀରୁ ସ୍ନାତକ ପ୍ରାପ୍ତ କରିଛନ୍ତି । ଏହା ବ୍ଯତୀତ ପେନସିଲଭାନିଆ ବିଶ୍ବବିଦ୍ଯାଳୟରୁ ଏମଏସସି କରିଛନ୍ତି । କେବଳ ସେତିକି ନୁହେଁ ହାୱଡା ବିଜନେସ୍ ସ୍କୁଲରୁ ଏମବିଏ ମଧ୍ୟ କରିଛନ୍ତି ।

ପି ଚିଦାମ୍ବରମ୍ :

p chidambaramପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ ଚେନ୍ନାଇର ପ୍ରେସିଡେନ୍ସି କଲେଜରୁ Statisticରେ ବିଏସସି ପୁରା କରିଛନ୍ତି । ଏହା ବ୍ଯତୀତ ସେ ମଦ୍ରାସା ଲ କଲେଜରୁ ଆଇନରେ ସାର୍ଥକ କରିଛନ୍ତି । ଏବଂ ହାୱଡା ବିଜନେସ୍ ସ୍କୁଲରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି ।

ମୂରଲୀ ମନୋହର ଯୋଶୀ:

murli manoharବିଜେପିର ବରିଷ୍ଠ ନେତା ମୂରଲୀ ମନୋହର ଯୋଶୀ ମେରଠ କଲେଜରୁ ବିଏସସି ଏବଂ ଅଲ୍ଲାହାବାଦ ବିଶ୍ବବିଦ୍ଯାଳୟରୁ ଏମଏସି ତଥା ଡକ୍ଟରେଟ୍ କରିଛନ୍ତି ।

ଜ୍ଯୋତିରାଦିତ୍ଯ ସିନ୍ଧିଆ :

jyotiradityaପ୍ରତିଷ୍ଠିତ ଡୁନ୍ ସ୍କୁଲରୁ ନିଜ ପାଠ ପଢା ସାରିଛନ୍ତି ଜ୍ଯୋତିରାଦିତ୍ଯ ସିନ୍ଧିଆ। ଏହା ପରେ ହାୱଡା ବିଶ୍ବବିଦ୍ଯାଳୟରୁ ଅର୍ଥଶାସ୍ତ୍ରରେ ସ୍ନାତକ କରିଛନ୍ତି । ଏହା ସହ ଷ୍ଟେନକୋର୍ଡରେ ଏମବିଏ ମଧ୍ୟ କରିଛନ୍ତି । କେବଳ ସେତିକି ନୁହେଁ ଜ୍ଯୋତିରାଦିତ୍ଯ ଯୁକ୍ତରାଷ୍ଟ୍ର ଆମେରିକାରୁ କାର୍ ରେସିଙ୍ଗ୍ କୋର୍ସ ମଧ୍ୟ କରିଛନ୍ତି ।

ଜୟରାମ୍ ରମେଶ୍ :

jayaramକଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ବିଟେକ୍ , ଆଇଆଇଆଟି ମୁମ୍ବାଇ, କୋନର୍ଗୀ ମେଲନ୍ ବିଶ୍ବବିଦ୍ଯାଳୟରୁ ମେକାନିକାଲ୍ ଇଞ୍ଜିନିୟରିଂରେ ଏଏସସି କରିଛନ୍ତି ।

କପିଲ୍ ଶିବଲ :

kapil sibalକପିଲ୍ ଶିବଲ୍ କଂଗ୍ରେସର ବରିଷ୍ଠ ନେତା ସହ ଦେଶର ଜଣେ ପ୍ରତିଷ୍ଠିତ ଆଇନଜୀବୀ ମଧ୍ୟ । କପିଲ୍ ହାୱଡା ଲ ସ୍କୁଲ୍, କେମ୍ବ୍ରିଜ୍ ୟୁନିଭର୍ସିଟି, ୟୁ.ଏସ.ଏ ରୁ ଲ ର ଡିଗ୍ରୀ ହାସଲ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.