ନୂଆଦିଲ୍ଲୀ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶେଷ ତଥା ପଞ୍ଚମ ଦିନିକିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଭାରତ । ଦଳରେ ତିନିଟି ପରିବର୍ତ୍ତନ କରାଯାଇଛି । ଦଳକୁ ଫେରିଛନ୍ତି ମହେନ୍ଦ୍ର ସିଂହ ଧୋନୀ, ମହମ୍ମଦ ସାମୀ ଓ ବିଜୟ ଶଙ୍କର । ଖଲିଲ ଅହମ୍ମଦ, କୁଲଦୀପ ନାୟର ଓ ଦିନେଶ କାର୍ତ୍ତିକଙ୍କୁ ଦଳରୁ ବାଦ୍ ଦିଆଯାଇଛି । ସେହିପରି ନ୍ୟୁଜିଲାଣ୍ଡ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି । ଗୁପଟିଲଙ୍କ ସ୍ଥାନରେ ମୁନ୍ରୋଙ୍କୁ ସାମିଲ କରାଯାଇଛି ।
ଚତୁର୍ଥ ଦିନିକିଆରେ ନ୍ୟୁଜିଲାଣ୍ଡଠାରୁ ହାରିଥିଲା ଭାରତ । ତେବେ ଗତମ୍ୟାଚର ତ୍ରୁଟି ସୁଧାରି ବିଜୟ ଧାରାରୁ ଫେରିବା ପାଇଁ ଚେଷ୍ଟ କରିବା ଟିମ୍ ଇଣ୍ଡିଆ । ସେପଟେ ନ୍ୟୁଜିଲାଣ୍ଡ ବି ଏହି ମ୍ୟାଚରେ ଭାରତକୁ କଡ଼ା ଜବାବ ଦେବାକୁ ରଣନୀତି କରିଛି। ଗତ ମ୍ୟାଚରେ ଭ୍ରମଣକାରୀ ଦଳକୁ କିଓ୍ଵି ବାହିନୀ ଶୋଚନୀୟ ଭାବରେ ହରାଇଥିବାରୁ ମନୋବଳ ଦୃଢ଼ ରହିଛି । ୫ମ୍ୟାଚ ବିଶିଷ୍ଟ ସିରିଜରେ ବର୍ତ୍ତମାନ ଭାରତ ୩-୧ରେ ଆଗୁଆ ରହିଛି ।