ରଣବୀର ସିଂଙ୍କ ଫିଲ୍ମ ଡନ୍ ୩ କୁ ନେଇ ଚର୍ଚ୍ଚା ଆରମ୍ଭ, ଖୁବ୍ ଶୀଘ୍ର ହେବ ରିଲିଜ
ଫିଲ୍ମ ‘ଡନ୍ ୩’ର ଆନାଉନ୍ସମେଣ୍ଟ ହୋଇଛି । ମେକର୍ସ ଏହି ଫିଲ୍ମରେ ରଣବୀର ସିଂଙ୍କ ଅପଜିଟ୍ରେ ପ୍ରିୟଙ୍କା ଚୋପ୍ରାଙ୍କୁ କାଷ୍ଟ କରିବାକୁ ଯୋଜନା କରୁଛନ୍ତି ।
ରଣବୀର ସିଂଙ୍କ ଫିଲ୍ମ ଡନ୍ ୩ କୁ ନେଇ ଚର୍ଚ୍ଚା ଆରମ୍ଭ, ଖୁବ୍ ଶୀଘ୍ର ସିନେମା ହଲ୍ରେ ହେବ ରିଲିଜ
ବଲିଉଡ ଫିଲ୍ମ ଅଭିନେତା ତଥା ନିର୍ଦ୍ଦେଶକ ଫରହାନ ଅଖତର ଫିଲ୍ମ ‘ଡନ୍ ୩’ର ଆନାଉନ୍ସମେଣ୍ଟ କରିଛନ୍ତି । ସୂଚନା ମୁତାବକ ଏହି ଫିଲ୍ମରେ ଶାହାରୁଖ ଖାନ ନୁହେଁ ବରଂ ରଣବୀର ସିଂ ମୁଖ୍ୟ ଭୂମିକାରେ ନଜର ଆସିବେ । ତେବେ ଏହି ଫିଲ୍ମରୁ ଶାହାରୁଖ ଖାନ ଯିବା ମାତ୍ରେ ଜଣେ ପୁରୁଣା ଆକ୍ଟର ଫିଲ୍ମରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଏହି ଆକ୍ଟର ଆଉ କେହି ନୁହେଁ ବରଂ ପ୍ରିୟଙ୍କା ଚୋପ୍ରା ।
ରିପୋର୍ଟ ଅନୁଯାୟୀ, ‘ଡନ୍ ୩’ ର ମେକର୍ସ ଏହି ଫିଲ୍ମରେ ରଣବୀର ସିଂଙ୍କ ଅପଜିଟ୍ରେ ପ୍ରିୟଙ୍କା ଚୋପ୍ରାଙ୍କୁ କାଷ୍ଟ କରିବାକୁ ଯୋଜନା କରୁଛନ୍ତି । ପ୍ରିୟଙ୍କା ଓ ରଣବୀର ଫିଲ୍ମ ‘ଗୁଣ୍ଡା’, ‘ବାଜିରାଓ ମସ୍ତାନୀ’ ଏବଂ ‘ଦିଲ ଧଡକନେ ଦୋ’ରେ ଏକାଠି କାମ କରିସାରିଛନ୍ତି ।
ଫରହାନ୍ ଅଖତର ବର୍ତ୍ତମାନ ଫିଲ୍ମ ‘ଜି ଲେ ଜାରା’ ପରିବର୍ତ୍ତେ ‘ଡନ୍ ୩’ କୁ ପ୍ରାୟରିଟି ଦେଉଛନ୍ତି କାରଣ ‘ଜି ଲେ ଜାରା’ ପାଇଁ ମେଲ୍ କାଷ୍ଟ ମିଳିନାହାନ୍ତି । ଯେଉଁଥିପାଇଁ ସେ ବର୍ତ୍ତମାନ ‘ଡନ୍ ୩’ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି ଏବଂ ରଣବୀରଙ୍କ ସହିତ ପ୍ରିୟଙ୍କାଙ୍କୁ କାଷ୍ଟ କରିପାରିବେ ବୋଲି ଚିନ୍ତା କରୁଛନ୍ତି ।
ତେବେ ଏହି ଫିଲ୍ମ ବିଷୟରେ ପ୍ରିୟଙ୍କା ଓ ଫର୍ହାନ୍ ମଧ୍ୟରେ କଥାବାର୍ତ୍ତା ହୋଇଥିଲେ । ଏହି ଫିଲ୍ମ କରିବା ପାଇଁ ପ୍ରିୟଙ୍କା ମଧ୍ୟ ଗ୍ରିନ୍ ସିଗିନାଲ ଦେଇଛନ୍ତି । ହେଲେ ପୂର୍ବରୁ ଏହି ଫିଲ୍ମ ପାଇଁ କିଆରା ଆଡଭାନୀ ଓ କ୍ରିତି ସାନନଙ୍କ ନାମ ସାମ୍ନାକୁ ଆସିଥିଲା ।
‘ଡନ୍ ୩’ ଫ୍ରାଞ୍ଚାଇଜରୁ ଶାହାରୁଖ ଖାନ ବାହାରିବା ପରେ ଫ୍ୟାନ୍ସ ବହୁତ ରାଗି ଜାଇଛନ୍ତି । ଯେଉଁ କାରଣରୁ ରଣବୀରଙ୍କୁ ବହୁତ ଟ୍ରୋଲ କରାଯାଇଥିଲା ।
ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ରଣବୀର ସିଂ ପୁଣିଥରେ ରୋହିତ ସେଟ୍ଟୀଙ୍କ ‘ସିଙ୍ଘମ ଏଗେନ’ରେ ନଜର ଆସିବା ପାଇଁ ଯାଉଛନ୍ତି । ସେହି ଫିଲ୍ମରୁ ରଣବୀରଙ୍କ ପ୍ରଥମ ଲୁକ୍ ମଧ୍ୟ ସାମ୍ନାକୁ ଆସିଛି । ଫିଲ୍ମରେ ରଣବୀରଙ୍କ ସହ ଦୀପିକା ପାଦୁକୋନ, ଅଜୟ ଦେବଗନ, ଟାଇଗର ଶ୍ରଫ ଏବଂ କରୀନା କପୁରଙ୍କୁ ପୁଣିଥରେ ନଜର ଆସିବା ପାଇଁ ଯାଉଛନ୍ତି ।