Renault ଏହି କାରରେ ଦେଉଛି ଭାରି ଡିସକାଉଣ୍ଟ, ଜାଣନ୍ତୁ ମିିଳିବ କେଉଁ ଅଫର

ଯଦି ଆପଣ ଏହି ଫେଷ୍ଟିଭ୍‌ ସିଜନରେ ଘରକୁ ଏକ ନୂଆ କାର ଆଣିବାକୁ ପ୍ଲାନ କରୁଛନ୍ତି, ତେବେ ରେନଲ୍ଟ ମୋଟର୍ସ କ୍ୱିଡ୍, ଟ୍ରାଇବର୍ ଏବଂ ରେନଲ୍ଟ କାଇଗର ରେଞ୍ଜରେ ୭୭,୦୦୦ଟଙ୍କା ପର୍ଯ୍ୟନ୍ତ ଡିସାକଉଣ୍ଟ ଦେଉଛି |

ଯଦି ଆପଣ ଏହି ଫେଷ୍ଟିଭ୍‌ ସିଜନରେ ଘରକୁ ଏକ ନୂଆ କାର ଆଣିବାକୁ ପ୍ଲାନ କରୁଛନ୍ତି, ତେବେ ରେନଲ୍ଟ ମୋଟର୍ସ କ୍ୱିଡ୍, ଟ୍ରାଇବର୍ ଏବଂ ରେନଲ୍ଟ କାଇଗର ରେଞ୍ଜରେ ୭୭,୦୦୦ଟଙ୍କା ପର୍ଯ୍ୟନ୍ତ ଡିସାକଉଣ୍ଟ ଦେଉଛି | ଏଥିରେ କମ୍ପାନୀ ନଗଦ ରିହାତି,ଏକ୍ସଚେଞ୍ଜ ବୋନସ ଏବଂ କର୍ପୋରେଟ୍ ରିହାତି ସହିତ ଅନେକ ସୁବିଧା ଦେଉଛି ।

renault kiger
ଫ୍ରାନ୍ସର ଅଟୋମେକର୍ renault kigerର ମିଡ୍-ସ୍ପେକ୍ RXT ଏବଂ RXT (O) ଟର୍ବୋ ପେଟ୍ରୋଲ୍ ଭାରିଆଣ୍ଟରେ ୭୭,୦୦୦ ଟଙ୍କାର ଡିସକାଉଣ୍ଟ ଦିଆଯାଉଛି । ଅନ୍ୟପଟେ ଟପ୍-ସ୍ପେକ୍ RXZ ଟ୍ରିମରେ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳୁଛି । renault kigerର ସବ୍ -4 ମିଟର ଏସୟୁଭିର ଏକ୍ସ ସୋରୁମ୍ ଦାମ୍‌ ୬.୫୦ ଲକ୍ଷରୁ ୧୧.୨୩ ଲକ୍ଷ ମଧ୍ୟରେ ରହିଛି ।

କମ୍ପାନୀ kiger କମ୍ପାକ୍ଟ ଏସୟୁଭିରେ ୨୫,୦୦୦ ଟଙ୍କାର ଡିସକାଉଣ୍ଟ ଏବଂ ୨୦,୦୦୦ ଟଙ୍କାର ଏକ୍ସଚେଞ୍ଜ ବୋନସ ଦେଉଛି । ସେହିପରି ୨୦,୦୦୦ ଟଙ୍କାର ଲୟାଲ୍ଟି ବୋନସ ମିଳୁଛି । ଏହା ସହିତ ୧୨,୦୦୦ ଟଙ୍କା ପର୍ଯ୍ୟନ୍ତ କର୍ପୋରେଟ ଡିସକାଉଣ୍ଟ ମଧ୍ୟ ମିଳୁଛି ।

renault triber
renault triber MPV ରେ ୬୨,୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଦେଉଛି । ଏହାର ବେସ୍-ସ୍ପେକ୍ RXE ଭାରିଆଣ୍ଟ କେବଳ ୧୦,୦୦୦ ଟଙ୍କାର ଏକ ଲୟାଲ୍ଟି ବୋନସ୍ ଦେଉଛି । ଏହି MPVର ଏକ୍ସ ସୋରୁମ୍ ଦାମ୍‌ ୬.୩୩ ଲକ୍ଷରୁ ୮.୯୭ ଲକ୍ଷ ଟଙ୍କା ମଧ୍ୟରେ ରହିଛି । renault triberରେ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ ଡିସକାଉଣ୍ଟ ମିଳୁଛି । ଏହା ବ୍ୟତୀତ MPVରେ ୨୦,୦୦୦ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ୍ ବୋନସ୍ ଏବଂ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ ଲୟାଲ୍ଟି ବୋନସ୍ ମଧ୍ୟ ମିଳୁଛି । ଏହା ସହିତ ୧୨,୦୦୦ ଟଙ୍କା ପର୍ଯ୍ୟନ୍ତ କର୍ପୋରେଟ୍ ଡିସକାଉଣ୍ଟ ମଧ୍ୟ ମିଳୁଛି ।

renault kwid
renault kwidରେ ୬୨,୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳୁଛି । ବେସ୍-ସ୍ପେକ୍ RXE ଭାରିଆଣ୍ଟ ବ୍ୟତୀତ କ୍ୱିଡ୍ ହ୍ୟାଚବ୍ୟାକର ସମସ୍ତ ପ୍ରକାରରେ ନଗଦ, ଲୟାଲ୍ଟି ଏବଂ କର୍ପୋରେଟ୍ ଡିସକାଉଣ୍ଟ ମିଳୁଛି । ବେସ୍ ଭାରିଆଣ୍ଟରେ କେବଳ ୧୦,୦୦୦ ଟଙ୍କାର ଏକ ଲୟାଲ୍ଟି ବୋନସ୍ ମିଳୁଛି । କ୍ୱିଡ୍ ହ୍ୟାଚବ୍ୟାକର ଏକ୍ସ ସୋରୁମ୍ ଦାମ୍‌ ୪,୭୦ ଲକ୍ଷରୁ ୬,୪୫ ଲକ୍ଷ ମଧ୍ୟରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.