Below header

ବିଶ୍ୱର ସବୁଠାରୁ ଲମ୍ବା ସମୁଦ୍ର ବ୍ରିଜ, ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୭ ବିଲିୟନ

ଯିଏ ଦେଖିବ ସେ ଆଶ୍ଚର୍ଯ୍ୟ ହୋଇଯିବ, କାରଣ ଏହି ବ୍ରିଜ ସମୁଦ୍ର ଉପରେ ନିର୍ମିତ । ତେବେ ଏହା ହେଉଛି ଚୀନର ହଂକଂ-ଜୁହାଇ-ମକାଉ ବ୍ରିଜ । ଏହି ବ୍ରିଜ ନିର୍ମାଣ ପାଇଁ ୭ ବିଲିୟନ ଟଙ୍କା ଖର୍ଚ୍ଚ ହୋଇଛି ।

ଏହି ଦୁନିଆରେ ଅନେକ ଅଦ୍ଭୁତ ଜିନିଷ ରହିଛି । ଯାହା କୃତିମ ତଥା ଏହାକୁ ମଣିଷମାନେ ପ୍ରସ୍ତୁତ କରିଛନ୍ତି । ସେହିଭଳି ଏକ ବ୍ରିଜ ଚୀନରେ ରହିଛି । ଏହାକୁ ଯିଏ ଦେଖିବ ସେ ଆଶ୍ଚର୍ଯ୍ୟ ହୋଇଯିବ, କାରଣ ଏହି ବ୍ରିଜ ସମୁଦ୍ର ଉପରେ ନିର୍ମିତ । ତେବେ ଏହା ହେଉଛି ଚୀନର ହଂକଂ-ଜୁହାଇ-ମକାଉ ବ୍ରିଜ । ଏହା ୫୫ କିଲୋମିଟର ଲମ୍ବା । ବିଶ୍ୱର ସବୁଠାରୁ ଲମ୍ବା ସମୁଦ୍ର ବ୍ରିଜ । ବାସ୍ତବରେ ଚୀନ ଏପରି ଭିନ୍ନ ଧରଣର ନିର୍ମାଣ ପାଇଁ ଖୁବ ଜଣାଶୁଣା । ଏହି ବ୍ରିଜକୁ ତିଆରି କରିବା ପାଇଁ ୯ ବର୍ଷ ସମୟ ଲାଗିଥିଲା ।

ଏହାର ନିର୍ମାଣ ୨୦୦୯ ମସିହାରେ ଆରମ୍ଭ ହୋଇ ୨୦୧୮ରେ ଶେଷ ହୋଇଥିଲା । ବିଶେଷ କଥା ହେଉଛି ଏହି ବ୍ରିଜ ଲୋକମାନଙ୍କୁ ଖୁବ ସାହାଯ୍ୟ କରୁଛି । ପୂର୍ବରୁ ଚିନରୁ ହଂକଂ ଯିବାପାଇଁ ୩ ଘଣ୍ଟା ସମୟ ଲାଗୁଥିଲା କିନ୍ତୁ ଏବେ ହଂକଂ ଯିବାକୁ ଲାଗୁଛି ମାତ୍ର ୩୦ ମିନିଟ ସମୟ । ସମୁଦ୍ର ଉପରେ ନିର୍ମିତ ଏହି ବ୍ରିଜରେ ୪ ଲକ୍ଷ ଟନ୍ ଷ୍ଟିଲର ବ୍ୟବହାର କରାଯାଇଛି । ଏହି ବ୍ରିଜ ୬.୭ କିଲୋମିଟର ଟନେଲ ଭିତରେ ଯାଇଛି ଏବଂ ଏହି ଟନେଲର ଗଭୀରତା ହେଉଛି ୪୪ ମିଟର । ଏହି ବ୍ରିଜକୁ ସ୍ଥିର ରଖିବା ପାଇଁ ସମୁଦ୍ରରେ ଅନେକ କୃତିମ ଦ୍ବୀପ ମଧ୍ୟ ନିର୍ମାଣ ହୋଇଛି ।

ଏହି ବ୍ରିଜ ଏତେ ମଜବୁତ ଯେ ଏହା ଅତି ଶକ୍ତିଶାଳୀ ଭୂମିକମ୍ପ ମଧ୍ୟ ସାହିପାରିବ । ସମୁଦ୍ରର ଲହରି ବି ଏହି ବ୍ରିଜର କୌଣସି କ୍ଷତି କରିପାରିବ ନାହିଁ । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ବ୍ରିଜ ନିର୍ମାଣ ପାଇଁ ୭ ବିଲିୟନ ଟଙ୍କା ଖର୍ଚ୍ଚ ହୋଇଛି । ଏହି ବ୍ରିଜର ୪୨ ପ୍ରତିଶତ ଖର୍ଚ୍ଚ ଚୀନ ସରକାର ଉଠାଇଛନ୍ତି ଏବଂ ବ୍ୟାଙ୍କ ଅଫ ଚାଇନା ୩୧ ବିଲିୟନ ଟଙ୍କା ଋଣରେ ଦେଇଛି । ଏହା ପରେ ନିର୍ମାଣ ହୋଇଛି ଏହି ଅଜୁବା ବ୍ରିଜ। ବର୍ତ୍ତମାନ ଏହି ବ୍ରିଜର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.