ଇତିହାସ ରଚିଲା ଆଫଗାନିସ୍ତାନ, ଚାମ୍ପିଅନ୍ସ ଟ୍ରଫି ପାଇଁ କଲା କ୍ୱାଲିଫାଏ

ଆଫଗାନିସ୍ତାନ ଚଳିତ ବିଶ୍ୱକପରେ ଭଲ ପ୍ରଦର୍ଶନ କରି ଇତିହାସ ରଚିଛି । ପ୍ରଥମ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି ପାଇଁ କ୍ୱାଲିଫାଏ କରିଛି ଆଫଗାନିସ୍ତାନ । ଆଗାମୀ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଆଫଗାନିସ୍ତାନ ଟିମ୍‌ କ୍ୱାଲିଫାଏ କରିଛି ।

ବିଶ୍ୱକପରେ ଏପର୍ଯ୍ୟନ୍ତ ଆଫଗାନିସ୍ତାନ ଟିମ୍‌ ଭଲ ପ୍ରଦର୍ଶନ କରିଛି । ଗତ ୩ଟି ମ୍ୟାଚ୍‌ ଜିତିଛି ଆଫଗାନିସ୍ତାନ । ଆଜି ମୁମ୍ବାଇ ଓ୍ଵାଙ୍ଖଡେରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ଖେଳିବ ଆଫଗାନିସ୍ତାନ । ଆଫଗାନିସ୍ତାନ ଚଳିତ ବିଶ୍ୱକପରେ ଭଲ ପ୍ରଦର୍ଶନ କରି ଇତିହାସ ରଚିଛି । ପ୍ରଥମ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି ପାଇଁ କ୍ୱାଲିଫାଏ କରିଛି ଆଫଗାନିସ୍ତାନ । ଆଗାମୀ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଆଫଗାନିସ୍ତାନ ଟିମ୍‌ କ୍ୱାଲିଫାଏ କରିଛି ।

ସୋମବାର ଦିନ ବାଂଲାଦେଶ ଏବଂ ଶ୍ରୀଲଙ୍କା ମ୍ୟାଚରେ ୩ ଓ୍ଵିକେଟରେ ଜିତିଥିଲା ବାଂଲାଦେଶ । ଶ୍ରୀଲଙ୍କା ପରାଜୟ ସହିତ ଆଫଗାନିସ୍ତାନ ଟିମ୍‌ ଚାମ୍ପିଅନ୍ସ ଟ୍ରଫି ପାଇଁ କ୍ୱାଲିଫାଏ କରିଛି । ଚାମ୍ପିୟନ୍ସ ଟ୍ରଫିର ଆୟୋଜନ ୨୦୨୫ରେ ପାକିସ୍ତାନରେ ହେବ ।

ଆଫଗାନିସ୍ତାନ ଟିମ୍‌ ବିଶ୍ୱକପରେ ୭ଟି ମ୍ୟାଚ ଖେଳି ୪ଟି ବିଜୟ ପାଇସାରିଛି । ଆଫଗାନିସ୍ତାନ ଟିମ୍‌ ବିଶ୍ୱକପରେ ବଡ ବଡ ଦଳକୁ ମାତ୍‌ ଦେଇଛି । ଇଂଲଣ୍ଡକୁ ୬୯ ରନ୍‌ରେ, ପାକିସ୍ତାନକୁ ୮ ଓ୍ଵିକେଟରେ ଏବଂ ଶ୍ରୀଲଙ୍କାକୁ ୭ ଓ୍ଵିକେଟରେ ହରାଇଛି । ସେହିପରି ନେଦରଲାଣ୍ଡକୁ ୭ ଓ୍ଵିକେଟରେ ହରାଇଛି ।

ଆଫଗାନିସ୍ତାନ ଟିମର ପ୍ରଦର୍ଶନ ଭଲ ରହିଛି । ଟିମର ହଶମତୁଲ୍ଲାହ ଶାହିଦି ସବୁଠାରୁ ଅଧିକ ରନ୍‌ କରିଛନ୍ତି । ସେ ୭ଟି ମ୍ୟାଚରେ ୨୮୨ ରନ୍‌ କରିଛନ୍ତି । ଏଥିରେ ୩ଟି ଅର୍ଦ୍ଧଶତକ ରହିଛି । ରହମତ ଶାହାଙ୍କ ଭଲ ପ୍ରଦର୍ଶନ ମଧ୍ୟ ରହିଛି । ସେ ୭ ଟି ମ୍ୟାଚରୁ ୨୬୪ ରନ୍‌ କରିଛନ୍ତି ।

ସୂଚନାଯୋଗ୍ୟ, ଆଫଗାନିସ୍ତାନ ଟମ୍‌ ପଏଣ୍ଟ ତାଲିକାରେ ୬ ନଂ ସ୍ଥାନରେ ରହିଛି । ବିଶ୍ୱକପ ସେମିଫାଇନାଲରେ ପହଞ୍ଚିବା ପାଇଁ ବାକି ମ୍ୟାଚ ସବୁ ଜିତିବାକୁ ହେବ । ଆଜି ଓ୍ଵାଙ୍ଖଡେରେ ଅଷ୍ଟ୍ରେଲିଆକୁ ଭେଟିଛି ଟିମ୍‌ । ଏହାପରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.