ଦମ୍ପତିଙ୍କ ୧୦୦୦ ବର୍ଷ ପୁରୁଣା କବର ଖନନ, ମହିଳାଙ୍କ ମୁଣ୍ଡ ଖପୁରୀରେ ନାହିଁ ଗୋଟିଏ ବି ହାଡ଼!

ବେଳେବେଳେ ଇତିହାସ ସହ ଜଡ଼ିତ ଏମିତି କିଛି ଜିନିଷ ମିଳେ, ଯାହା କାହାକୁ ବି ଆଶ୍ଚର୍ଯ୍ୟ କରିଦିଏ। ଇତିହାସ ଅତ୍ୟନ୍ତ ରୋଚକ ହୋଇଥାଏ। ନିକଟରେ ପ୍ରତ୍ନତତ୍ତ୍ୱବିଦ୍‌ମାନଙ୍କୁ ୧୦୦୦ ବର୍ଷ ପୁରୁଣା ଏକ ଦମ୍ପତିଙ୍କ ଅବଶେଷ ମିଳିଛି, ଯାହା ସେମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ବେଳେବେଳେ ଇତିହାସ ସହ ଜଡ଼ିତ ଏମିତି କିଛି ଜିନିଷ ମିଳେ, ଯାହା କାହାକୁ ବି ଆଶ୍ଚର୍ଯ୍ୟ କରିଦିଏ। ଇତିହାସ ଅତ୍ୟନ୍ତ ରୋଚକ ହୋଇଥାଏ। ନିକଟରେ ପ୍ରତ୍ନତତ୍ତ୍ୱବିଦ୍‌ମାନଙ୍କୁ ୧୦୦୦ ବର୍ଷ ପୁରୁଣା ଏକ ଦମ୍ପତିଙ୍କ ଅବଶେଷ ମିଳିଛି, ଯାହା ସେମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଆଶ୍ଚର୍ଯ୍ୟର କାରଣ ହେଉଛି, ପ୍ରତ୍ନତତ୍ତ୍ୱବିଦ୍‌ମାନେ ସନ୍ଧାନ ପାଇଥିବା ଅବଶେଷରେ ଏମିତି ଏକ ଖପୁରୀ ରହିଛି, ଯେଉଁଥିରେ ଗୋଟିଏ ବି ହାଡ଼ ନାହିଁ। ଖପୁରୀଟି ମହିଳାଙ୍କର। ତାଙ୍କ ମୁଣ୍ଡର କିଛି ଅଂଶ ପାଖାପାଖି ଗାଏବ ରହିଥିବା ଦେଖିବାକୁ ମିଳିଛି।

ରିପୋର୍ଟ ମୁତାବକ, ଜର୍ମାନୀର ସାକ୍ସୋନି ଆଇସଲେବେନ୍‌ସ୍ଥିତ ହେଲଫଟାର ପୂର୍ବ ରାଜପ୍ରାସାଦରୁ ସ୍ୱାମୀ, ସ୍ତ୍ରୀଙ୍କର ଅବଶେଷ ମିଳିଛି। ଏଥିରେ ୫ ଫୁଟ୍‌ର ମହିଳା ତାଙ୍କ ସ୍ୱାମୀଙ୍କ ପାର୍ଶ୍ୱରେ ଶୋଇଛନ୍ତି। ସ୍ୱାମୀ, ସ୍ତ୍ରୀଙ୍କଠାରୁ ସାମାନ୍ୟ ଉଚ୍ଚ ଅଛନ୍ତି। ତେବେ ଉଭୟଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଥିବ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ମହିଳାଙ୍କ ମୁହଁର ଅସ୍ଥି ଗାଏବ ଥିବାବେଳେ ଚେହେରା ସମ୍ପୂର୍ଣ୍ଣ ଖାଲି ଦେଖାଯାଉଛି। କିନ୍ତୁ ମୁହଁ ଖରାପ ହେବାର କାରଣ ଏ ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି ଏବଂ ବିଶେଷଜ୍ଞମାନେ ଏ ପର୍ଯ୍ୟନ୍ତ ତାହା ଜାଣିପାରି ନାହାନ୍ତି। ସେମାନେ ଏହି ରହସ୍ୟ ଜାଣିବାକୁ ଚେଷ୍ଟା କରୁଛନ୍ତି। ୧୦୦୦ ବର୍ଷ ପୁରୁଣା ଏହି ଅବଶେଷଗୁଡ଼ିକୁ ପ୍ରୟୋଗଶାଳାରେ ଯାଞ୍ଚ କରାଯାଉଛି।

ପ୍ରତ୍ନତତ୍ତ୍ୱବିଦ୍‌ମାନଙ୍କ କହିବା ହେଲା, ଯେଉଁଭଳି ଭାବେ ଅନ୍ତିମ ସଂସ୍କାର କରାଯାଇଥିଲା, ସେଥିରୁ ଜଣାପଡ଼ୁଛି, ଦମ୍ପତି ଏକ ଆଭିଜାତ୍ୟ ପରିବାରର ଥିଲେ। ଅବଶେଷଗୁଡ଼ିକ ସହିତ ଏକ ଛୁରୀ, ବେଲ୍ଟ ସେଟ୍ ଏବଂ ଫିଟିଂ ମିଳିଛି। ଏହି ଜିନିଷଗୁଡ଼ିକ ଦର୍ଶାଉଛି ଯେ ଦମ୍ପତି ଅତ୍ୟଧିକ ଧନୀ ଥିଲେ। ତେବେ ସ୍ୱାମୀଙ୍କ ମୃତଦେହକୁ କାହିଁକି ଏତେ ଜିନିଷରେ ସଜାଯାଇଥିଲା, ତାହା ସ୍ପଷ୍ଟ ହୋଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.