ମିଳିବ ସୂର୍ଯ୍ୟ ମିଶନରେ ବଡ଼ ସଫଳତା: ଆଜି ଲାଗ୍ରାଞ୍ଜ ପଏଣ୍ଟ ୱାନରେ ପହଞ୍ଚିବ ଆଦିତ୍ୟ -L1

ଆଜି ଇତିହାସ ରଚିବା ଅପେକ୍ଷାରେ ଇସ୍ରୋ। ମିଳିବ ସୂର୍ଯ୍ୟ ମିଶନରେ ବଡ଼ ସଫଳତା । ଲାଗ୍ରାଞ୍ଜ ପଏଣ୍ଟ ୱାନରେ ପହଞ୍ଚିବ ଆଦିତ୍ୟ -L1 । ସୂର୍ଯ୍ୟ ସଂପର୍କରେ ବିଭିନ୍ନ ତଥ୍ୟ ଓ ଗବେଷଣା ପାଇଁ ଆଦିତ୍ୟ L1 ତାର ଗନ୍ତବ୍ୟସ୍ଥଳରେ ପହଞ୍ଚିବ ।

ନୂଆଦିଲ୍ଲୀ : ଆଜି ଇତିହାସ ରଚିବା ଅପେକ୍ଷାରେ ଇସ୍ରୋ। ମିଳିବ ସୂର୍ଯ୍ୟ ମିଶନରେ ବଡ଼ ସଫଳତା । ଲାଗ୍ରାଞ୍ଜ ପଏଣ୍ଟ ୱାନରେ ପହଞ୍ଚିବ ଆଦିତ୍ୟ -L1 । ସୂର୍ଯ୍ୟ ସଂପର୍କରେ ବିଭିନ୍ନ ତଥ୍ୟ ଓ ଗବେଷଣା ପାଇଁ ଆଦିତ୍ୟ L1 ତାର ଗନ୍ତବ୍ୟସ୍ଥଳରେ ପହଞ୍ଚିବ । ପୂର୍ବରୁ ସ୍ପେଶ କ୍ରାଫ୍ଟ ୪ଟି ପୃଥିବୀ ଭିତ୍ତିକ ମାନ୍ୟୁଭର ଓ ଗୋଟିଏ ଟ୍ରାନସ ଲାଗ୍ରାଞ୍ଜ ମାନୁଭର ସଫଳତାର ସହ ସମ୍ପନ୍ନ କରିଛି। L1 ପଏଣ୍ଟରେ ପହଞ୍ଚିବା ପରେ ଆଦିତ୍ୟ L1ର ଇଞ୍ଜିନକୁ ଆଉ ଥରେ ଫାୟାର କରାଯିବ। ତେବେ ଏହି ଫାୟାରିଂ ବେଶ ଗୁରୁତ୍ୱପୂର୍ଣ୍ଣ।

ଏହି ଫାୟାରିଂ ସଫଳ ହେଲେ ଇସ୍ରୋ ଇତିହାସ ରଚିବ। ଏହାଦ୍ୱାରା ଆଦିତ୍ୟ L1 ଆଗକୁ ଗତି ନକରି ସ୍ଥିର ରହିବ ଓ ପରେ L1 ପଏଣ୍ଟର ଚତୁଃପାର୍ଶ୍ବରେ ଘୂର୍ଣ୍ଣନ କରିବ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ISROର ଆଦିତ୍ୟ ଏଲ-୧କୁ ନେଇ ଗବେଷଣା ଜାରି ରଖିଛି। ଆଦିତ୍ୟ- L1 ଆସନ୍ତା ପାଞ୍ଚ ବର୍ଷ ପାଇଁ ସୂର୍ଯ୍ୟଙ୍କ ଉପରେ ଘଟୁଥିବା ବିଭିନ୍ନ ଘଟଣା ବାବଦରେ ଗୁରୁତ୍ବପୁର୍ଣ୍ଣ ତଥ୍ୟ ପ୍ରଦାନ କରିବ। ଏହା କେବଳ ଭାରତ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସୂର୍ଯ୍ୟଙ୍କ ପର୍ଯ୍ୟବେକ୍ଷଣ ପାଇଁ ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ L1 ସେପ୍ଚେମ୍ବର ୨ ତାରିଖରେ ଲଞ୍ଚ ହୋଇଥିଲା। ଏହି ମହାକାଶ ଯାନରେ ସୂର୍ଯ୍ୟର ବିଭିନ୍ନ ଅଧ୍ୟୟନ ପାଇଁ ସାତଟି ଭିନ୍ନ ଭିନ୍ନ ପେଲୋଡ ରହିଛି। ଚାରିଟି ପେଲୋଡ ସୂର୍ଯ୍ୟକିରଣର ଅଧ୍ୟୟନ କରିବେ ଏବଂ ବାକି ତିନିଟି ପେଲୋଡ ସେଠାକାର ପ୍ଲାଜମା ଓ ମ୍ୟାଗ୍ନେଟିକ ଫିଲ୍ଡ ସମ୍ପର୍କରେ ଅଧ୍ୟୟନ କରିବେ।

Leave A Reply

Your email address will not be published.