ଇଚ୍ଛାଶକ୍ତି ଆଗରେ ହାର୍‌ ମାନିଛି ଆର୍ଥିକ ଅଭାବ: ସେଲ ଇଣ୍ଡିଆ ୨୦୨୪ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ଜିତିଲେ କଟକର ନବମ ଶ୍ରେଣୀ ଛାତ୍ର

ମନୋବଳ ଆଗରେ ହାର୍‌ ମାନିଛି ଆର୍ଥିକ ବାଧା । ଦୃଢ ଇଚ୍ଛାଶକ୍ତି ପାଇଁ ଆଜି ସେ ନିଜ ପ୍ରତଭା ବଳରେ ପରିଚିତ । ଆମେ କହୁଛୁ ଜଣେ ନବମ ଶ୍ରେଣୀର ଛାତ୍ରଙ୍କ କଥା । ମ୍ବାଇର ଗିରା ଗାଁଓ ଚୌପାଟି ଠାରେ ଇଣ୍ଡିଆ ୟାଚିଂ ଆସୋସିଏସନ୍ ଦ୍ଵାରା ଆୟୋଜିତ ସେଲ ଇଣ୍ଡିଆ ୨୦୨୪ରେ ଭାଗ ନେଇ ସ୍ଵର୍ଣ୍ଣ ପଦକ ଜିତିଛନ୍ତି ରଜା ଅହମ୍ମଦ ଖାନ ।

କଟକ(କେନ୍ୟୁଜ): ମୁମ୍ବାଇର ଗିରା ଗାଁଓ ଚୌପାଟି ଠାରେ ଇଣ୍ଡିଆ ୟାଚିଂ ଆସୋସିଏସନ୍ ଦ୍ଵାରା ଆୟୋଜିତ ସେଲ ଇଣ୍ଡିଆ ୨୦୨୪ ଜାନୁଆରୀ ମାସ ୧୨ ତାରିଖ ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲାବେଳେ, ୧୫ ବର୍ଷରୁ କମ୍ ବର୍ଗର ଏହି ଜାତୀୟ ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ରୁ ପ୍ରତିଯୋଗୀମାନେ ଭାଗ ନେଇଥିଲେ । ତେବେ କଟକ ରୁ ଭାଗ ନେଇଥିଲେ ରଜା ଅହମ୍ମଦ ଖାନ ।

ରଜା କଟକରେ ନବମ ଶ୍ରେଣୀରେ ପାଠ ପଢୁଥିବା ବେଳେ ପିଲାଟି ଦିନରୁ ସେଲିଂ ପ୍ରତି ରୁଚି ରଖନ୍ତି । ଅନ୍ତର୍ଜାତୀୟ ସ୍କୁବା ଡ଼ାଇଭର ସବୀର ବକ୍ସ ରାଜା ଙ୍କୁ ପ୍ରଶିକ୍ଷଣ ଦେଇଥିଲେ ଏହି ପ୍ରତିଯୋଗିତା ପାଇଁ । ସେଠାରେ ବେଶ୍ କଡ଼ା ମୁକାବିଲା ଭିତରେ ଅନ୍ୟ ପ୍ରତିଯୋଗୀ ମାନଙ୍କୁ ହରାଇ ରାଜା ସ୍ଵର୍ଣ୍ଣ ପଦକ ଜିତିଛନ୍ତି ।

ପୂର୍ବରୁ ୨୦୨୩ ରେ ରଜା ମଧ୍ୟ ଆସାମ ର ଗୌହାଟୀ ରେ ରୌପ୍ୟ ପଦକ ଜିତିଛନ୍ତି । ସେଲିଂ ପ୍ରତିଯୋଗିତା ସମୟରେ ରଜା ଅନେକ ଅସୁବିଧାର ସମ୍ମୁଖିନ ହୋଇଥିବା ବେଳେ ନିଜର ଦୃଢ଼ ମନୋବଳ ଯୋଗୁ ସଫଳ ହୋଇ ପାରିଥିବା କଥା କହିଛନ୍ତି । ଅନେକ ଘାତ ଓ ପ୍ରତିଘାତ ମଧ୍ୟରେ ସଫଳତା ହାସଲ କରିଥିବା ଯୋଗୁ ବେଶ୍ ଖୁସି ଅଛନ୍ତି ରଜା ଅହମ୍ମଦ ଖାନ୍ ।

ସେହିଭଳି ପ୍ରତିଯୋଗିତା ଚାଲିଥିବା ବେଳେ ରଜା ଙ୍କ ବୋଟ୍ ର ଯନ୍ତ୍ରାଂଶ ଭାଙ୍ଗି ଯାଇଥିଲା । ଏହି ସମୟରେ ବହୁ କଷ୍ଟରେ ଭଡ଼ା ରେ ଯନ୍ତ୍ରାଂଶ ଆଣି ପ୍ରତିଯୋଗିତା ପାଇଁ ରଜାଙ୍କୁ ପ୍ରସ୍ତୁତ କରିଥିଲେ ବାପା ନସିମ୍ । ବର୍ତ୍ତମାନ ଆଗକୁ ଆହୁରି ଭଲ ପ୍ରଦର୍ଶନ ସହ ଅନ୍ତଃରାଷ୍ଟ୍ରୀୟ ସ୍ଥରରେ ପ୍ରତିଯୋଗିତା ଓ ଅଲମ୍ପିକ୍ସ ପାଇଁ  ରଜାଙ୍କୁ ପ୍ରସ୍ତୁତ ହେବା ପାଇଁ ଅର୍ଥ ସାଜିଛି ବାଧକ।

ସରକାରଙ୍କ ସହଯୋଗ ପାଇଁ ନିବେଦନ କରିଛନ୍ତି ରଜାଙ୍କ ବାପା ନସିମ ଖାନ୍। ତେବେ ଏହିଭଳି ପ୍ରତିଭା ମାନଙ୍କର ସହଯୋଗ କରିବାପାଇଁ ନିଜ ଆଡୁ ଯଦି ସଂପୃକ୍ତ ସରକାରୀ ବିଭାଗ ଗୁଡ଼ିକ ଆଗେଇ ଆସନ୍ତେ ତାହା ହେଲେ ଆଗକୁ ଅଲମ୍ପିକ୍ସରେ ଅଧିକ ଦକ୍ଷ ଖେଳାଳି ଯୋଡ଼ି ହୋଇପାରନ୍ତେ ।

 

 

Leave A Reply

Your email address will not be published.