Below header

ଚା’ ସହିତ ଖାଆନ୍ତୁ ନାହିଁ ଏହି ସବୁ ଜିନିଷ, ନଚେତ ହୋଇପାରେ ବଡ଼ ସମସ୍ୟା

ଚା’ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ଯେପରିକି ଏହାକୁ ସେବନ କରିବା ଦ୍ୱାରା କୋଷ୍ଠକାଠିନ୍ୟ ଏବଂ ଏସିଡିଟି ବଢିଥାଏ । ଏଥିରେ ଚିନି ରହିଥିବାରୁ ଡାଇବେଟିସ୍ ହେବାର ଆଶଙ୍କା ବଢିଥାଏ । କିନ୍ତୁ ଆପଣ ଜାଣନ୍ତି କି ଅନ୍ୟ କିଛି ଏପରି ଜିନିଷ ଅଛି ଯାହାକୁ ଚା’ ସହିତ ଖାଇବା ଉଚିତ୍ ନୁହେଁ, କାରଣ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି କୁହାଯାଏ ।

ଚା’ ସହିତ ପକୁଡି ମିଶାଇ ଖାଇବା ଏକ ଟେଷ୍ଟି ଖାଦ୍ୟ ବୋଲି କୁହାଯାଏ । ତେବେ ଏହି ଖାଇବା ଆମକୁ ପୂରା ବର୍ଷ ମିଳିଥାଏ, କିନ୍ତୁ ଚା’ ଏବଂ ପକୁଡି ଖାଇବାର ମଜା ବର୍ଷା ଦିନେ ଅଧିକ ବଢିଯାଏ । ଭାରତରେ ଚା’ ପ୍ରେମୀଙ୍କ ସଂଖ୍ୟା ବହୁତ ଅଧିକ, ଏହା ଜଳ ପରେ ସବୁଠାରୁ ଅଧିକ ପିଆ ଯାଉଥିବା ପାନୀୟ ପଦାର୍ଥ ବୋଲି କୁହାଯାଏ । ଚା ’ପିଇବା ଦ୍ୱାରା ଶରୀରରେ ସତେଜତା ଆସିଥାଏ ଏବଂ ନିଦ ମଧ୍ୟ ଦୂରେଇ ଯାଇଥାଏ । ଏହା ସହ ଆମେ ମାନେ ଏହା ଜାଣିଛେ ଯେ ଚା’ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ଯେପରିକି ଏହାକୁ ସେବନ କରିବା ଦ୍ୱାରା କୋଷ୍ଠକାଠିନ୍ୟ ଏବଂ ଏସିଡିଟି ବଢିଥାଏ । ଏଥିରେ ଚିନି ରହିଥିବାରୁ ଡାଇବେଟିସ୍ ହେବାର ଆଶଙ୍କା ବଢିଥାଏ । କିନ୍ତୁ ଆପଣ ଜାଣନ୍ତି କି ଅନ୍ୟ କିଛି ଏପରି ଜିନିଷ ଅଛି ଯାହାକୁ ଚା’ ସହିତ ଖାଇବା ଉଚିତ୍ ନୁହେଁ, କାରଣ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି କୁହାଯାଏ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ଚା’ ସହିତ କେଉଁ ଜିନିଷ ଖାଇବେ ନାହିଁ ।

ବେସନରେ ତିଆରି ଜିନିଷ :
ବେସନରେ ତିଆରି ଜିନିଷଗୁଡିକ ଚା ସହିତ ଖାଇବା ଉଚିତ୍ ନୁହେଁ । ତେବେ ଲୋକମାନେ ଚା’ ସହିତ ପକୁଡି ଖାଇବାକୁ ପସନ୍ଦ କରନ୍ତି, କିନ୍ତୁ ଯେତେ ଶୀଘ୍ର ଏହି ଅଭ୍ୟାସ ତ୍ୟାଗ କରିବେ ଏହା ସ୍ୱାସ୍ଥ୍ୟ ପାଇଁ ସେତେ ଭଲ ହେବ, କାରଣ ଯଦି ଏହି ଅଭ୍ୟାସ ନଛାଡିବେ, ତାହେଲେ ହଜମ ପ୍ରକ୍ରିୟା ନଷ୍ଟ ହେବା ସହ ଆପଣଙ୍କୁ ଅନେକ ସମସ୍ୟା ମଧ୍ୟ ହୋଇପାରେ ।

ଡ୍ରାଏ ଫ୍ରୁଟ୍ସ :
ଆପଣମାନେ ତ ଜାଣିଥିବେ ଯେ ବହାର ସ୍ଥାନମାନଙ୍କରେ ସକାଳର ଚା’ ସହିତ ଡ୍ରାଏ ଫ୍ରୁଟ୍ସଗୁଡିକ ଖାଇବା ପାଇଁ ଦିଆ ଯାଏ । ଯଦିଓ ଡ୍ରାଏ ଫ୍ରୁଟ ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ବିବେଚନା କରାଯାଏ, କିନ୍ତୁ ଯଦି ଆପଣ ଏହାକୁ ଏକ ଚା’ ସହିତ ଏହାକୁ ଖାଇବେ, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ ।

ଲେମ୍ବୁ :
ଯଦିଓ ଲେମ୍ବୁ ହଜମ ପ୍ରକ୍ରିୟା ପାଇଁ ଭଲ ବୋଲି ବିବେଚନା କରାଯାଏ, କିନ୍ତୁ ଯଦି ଏହାକୁ ଚା ସହିତ ନିଆଯାଏ ତେବେ ଏହା ହଜମ ପ୍ରକ୍ରିୟା ଉପରେ ବହୁତ ଖରାପ ପ୍ରଭାବ ପକାଇପାରେ । ଏଭଳି ପରିସ୍ଥିତିରେ ଏସିଡିଟି ଏବଂ କୋଷ୍ଠକାଠିନ୍ୟ ସମସ୍ୟା ହୋଇପାରେ । ସେଥିପାଇଁ ଚା’ ସହିତ ସାଲାଡ କିମ୍ବା ଲେମ୍ବୁ ଖାଇବା ଉଚିତ୍ ନୁହେଁ ।

ଆଇରନ୍ ରିଚ୍ ଫ୍ରୁଟ୍ସ :
ଆମ ଶରୀର ସୁସ୍ଥ ରହିବା ପାଇଁ ଆଇରନ୍ ଆବଶ୍ୟକ ହୋଇଥାଏ କିନ୍ତୁ ଯଦି ଆମେ ଚା’ ସହିତ ଏହି ଆଇରନ୍ ରିଚ୍ ଫ୍ରୁଟ୍ସ ଖାଦ୍ୟ ଖାଉ, ତେବେ ଏହା ଆମ ପାଇଁ କ୍ଷତିକାରକ ହୋଇପାରେ । ବାସ୍ତବରେ ଚା’ରେ ଅକ୍ସାଲେଟ୍ ଏବଂ ଟେନିନ୍ ଥାଏ, ଯାହା ଆଇରନ୍ ଅବଶୋଷଣରେ ବାଧା ସୃଷ୍ଟି କରିଥାଏ । ତେଣୁ ଚା’ ପିଇବା ସମୟରେ ଆପଣ ସବୁଜ ପନିପରିବା ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.