ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Vodafone 5G ସର୍ଭିସ, ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ 3G ସର୍ଭିସ

ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି ଭୋଡାଫୋନର 5G ସର୍ଭିସ । ନିକଟରେ VI (ଭୋଡାଫୋନ୍-ଆଇଡିଆ) ର ୧୯ କୋଟି ୟୁଜରଙ୍କ ପାଇଁ 5G ସର୍ଭିସ ସମ୍ବନ୍ଧୀୟ ଏକ ବଡ଼ ଅପଡେଟ ଆସିଛି । ଭୋଡାଫୋନ୍-ଆଇଡିଆ ଚଳିତ ବର୍ଷ ଏହାର 5G ସର୍ଭିସ ଲଞ୍ଚ କରିବାକୁ ଯାଉଛି । ରିପୋର୍ଟ ଅନୁଯାୟୀ, ଭୋଡାଫୋନ ଆସନ୍ତା ୬ ରୁ ୭ ମାସ ମଧ୍ୟରେ ଏହାର 5G ସର୍ଭିସ ଲଞ୍ଚ କରିପାରେ ।

ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Vodafoneର 5G ସର୍ଭିସ । ନିକଟରେ VI (ଭୋଡାଫୋନ୍-ଆଇଡିଆ) ର ୧୯ କୋଟି ୟୁଜରଙ୍କ ପାଇଁ 5G ସର୍ଭିସ ସମ୍ବନ୍ଧୀୟ ଏକ ବଡ଼ ଅପଡେଟ ଆସିଛି । ଭୋଡାଫୋନ୍-ଆଇଡିଆ ଚଳିତ ବର୍ଷ ଏହାର 5G ସର୍ଭିସ ଲଞ୍ଚ କରିବାକୁ ଯାଉଛି । ଏୟାରଟେଲ ଏବଂ ଜିଓ ସହିତ VI ୨୦୨୨ ମସିହାରେ 5G ସ୍ପେକ୍ଟ୍ରମ ନିଲାମରେ ମଧ୍ୟ ଭାଗ ନେଇଥିଲା, କିନ୍ତୁ ଏପର୍ଯ୍ୟନ୍ତ କମ୍ପାନୀ 5G ସର୍ଭିସ ଲଞ୍ଚ କରିବାରେ ସକ୍ଷମ ହୋଇ ନାହିଁ । ଅନ୍ୟପକ୍ଷରେ, ଅକ୍ଟୋବରରେ 5G ସର୍ଭିସ ଆରମ୍ଭ ହେବା ପରେ ହି ଏୟାରଟେଲ ଏବଂ ଜିଓ ସେମାନଙ୍କର 5G ସର୍ଭିସ ଲଞ୍ଚ କରିଥିଲେ । ଏହି ଉଭୟ କମ୍ପାନୀ 5G ସର୍ଭିସ ରୋଲଆଉଟ୍ ର ପ୍ରଥମ ପର୍ଯ୍ୟାୟ ସମାପ୍ତ କରିଛନ୍ତି ।

ଟେଲିକମ୍ ବିଭାଗ (DoT) ପୂର୍ବରୁ ଟେଲିକମ୍ କମ୍ପାନୀମାନଙ୍କୁ ମାର୍ଚ୍ଚ ୨୦୨୪ ସୁଦ୍ଧା 5G ସର୍ଭିସ ଆରମ୍ଭ କରିବାକୁ ଏକ ଡେଡଲାଇନ୍ ଦେଇଥିଲା, କିନ୍ତୁ ଆର୍ଥିକ ସମସ୍ୟା ହେତୁ ଭୋଡାଫୋନ୍-ଆଇଡିଆ ଏପର୍ଯ୍ୟନ୍ତ ଏହାର 5G ସର୍ଭିସ ଲଞ୍ଚ କରି ପାରିନାହିଁ । ରିପୋର୍ଟ ଅନୁଯାୟୀ, ଭୋଡାଫୋନ ଆସନ୍ତା ୬ ରୁ ୭ ମାସ ମଧ୍ୟରେ ଏହାର 5G ସର୍ଭିସ ଲଞ୍ଚ କରିପାରେ । କମ୍ପାନୀର ଚିପ୍ ଏଗଜିକ୍ୟୁଟିଭ ଅକ୍ଷୟ ମୁନ୍ଦ୍ରା କହିଛନ୍ତି ଯେ 5G ସର୍ଭିସ ଆରମ୍ଭ କରିବାକୁ କମ୍ପାନୀ ଖୁବ ଶୀଘ୍ର ଆର୍ଥିକ ସ୍ପଷ୍ଟତା ପାଇବ ।

ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ 3G ସର୍ଭିସ:
ଚିପ୍ ଏଗଜିକ୍ୟୁଟିଭ ଅକ୍ଷୟ ମୁନ୍ଦ୍ରା ଏହା ମଧ୍ୟ କହିଛନ୍ତି ଯେ ୨୦୨୪-୨୫ ଆର୍ଥିକ ବର୍ଷ ସୁଦ୍ଧା କମ୍ପାନୀ ଏହାର 3G ସେବାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବ । 4G ସର୍ଭିସ ପାଇଁ କମ୍ପାନୀ 2100MHz ସ୍ପେକ୍ଟ୍ରମ ବ୍ୟବହାର କରିବାକୁ ଚାହୁଁଛି, ଯେଉଁ କାରଣରୁ ଭୋଡାଫୋନ୍-ଆଇଡିଆ ୟୁଜରମାନେ ଉନ୍ନତ ନେଟୱାର୍କ କନେକ୍ଟିଭିଟି ପାଇବେ ବୋଲି ଆଶା କରାଯାଉଛି । ଅନ୍ୟାନ୍ୟ ପ୍ରାଇଭେଟ ଟେଲିକମ୍ ଅପରେଟର ଏୟାରଟେଲ ଏବଂ ଜିଓ ନିଜେ ଅକ୍ଟୋବର ୨୦୨୨ ରେ 5G ସର୍ଭିସ ଆରମ୍ଭ କରିଥିଲେ ।

ଏହି କମ୍ପାନୀଗୁଡିକ ମଧ୍ୟ 2G ଏବଂ 3G ସର୍ଭିସକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । ରିପୋର୍ଟ ଅନୁଯାୟୀ, VI ୨୦୨୩ ର ତୃତୀୟ ତିନିମାସ ସୁଦ୍ଧା ମହାରାଷ୍ଟ୍ର, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ମୁମ୍ବାଇ ଏବଂ କୋଲକାତା ଟେଲିକମ୍ ସର୍କଲରେ 3G ସର୍ଭିସ ବନ୍ଦ କରିସାରିଛି । ଅନ୍ୟ ଟେଲିକମ୍ ସର୍କଲରେ, କମ୍ପାନୀ ୨୦୨୫ ଆର୍ଥିକ ବର୍ଷ ପୂର୍ବରୁ 3G ସର୍ଭିସ ବନ୍ଦ କରିବ ।

୬-୭ ମାସ ମଧ୍ୟରେ ଲଞ୍ଚ ହେବ 5G ସର୍ଭିସ:
ଭୋଡାଫୋନ୍ ଚିପ୍ ଏଗଜିକ୍ୟୁଟିଭ ଅକ୍ଷୟ ମୁନ୍ଦ୍ରା ମୁମ୍ବାଇରେ ଅନୁଷ୍ଠିତ ବୈଠକରେ ତାଙ୍କ ଇନଭେଷ୍ଟର୍ସମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆସନ୍ତା ୬ ରୁ ୭ ମାସ ମଧ୍ୟରେ କମ୍ପାନୀ 5G ସର୍ଭିସ ଆରମ୍ଭ କରିବ। କମ୍ପାନୀ ଗତ କିଛି ମାସ ଧରି ଅନେକ ଟେଲିକମ୍ ସର୍କଲରେ ନେକ୍ସଟ ଜେନେରେସନ ଟେଲିକମ୍ ସର୍ଭିସ ପରୀକ୍ଷା କରୁଛି । ଏଥିପାଇଁ କମ୍ପାନୀ vRAN ଏବଂ ORAN ପରି ଲାଟେଷ୍ଟ ଟେକ୍ନୋଲୋଜି ବ୍ୟବହାର କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.