Below header

ସାଧାରଣ ନିର୍ବାଚନ ପୂର୍ବରୁ ରାସ୍ତା ନାହିଁ ତ ଭୋଟ ନାହିଁ

ରାସ୍ତା ନାହିଁ ତ ଭୋଟ ନାହିଁ । ଏଭଳି କିଛି ଅଭିନବ ପ୍ରତିବାଦ କରିଛନ୍ତି ଗ୍ରାମବାସୀମ । ବ୍ୟାନର ଧରି ଛୋଟ ଠାରୁ ବଡ଼ ସମସ୍ତେ ପ୍ରତିବାଦ କରିଛନ୍ତି ରାସ୍ତା ପାଇଁ । ବର ମୁତାବକ, ଦୀର୍ଘ ଦିନ ହେବ ରାସ୍ତାରୁ ବଂଚିତ ହେଉଛନ୍ତି ୫୦ରୁ ଊର୍ଦ୍ଧ୍ଵ ଦଳିତ ପରିବାର ୩୦୦ରୁ ଅଧିକ ଲୋକ ।

ସାଲେପୁର(କେନ୍ୟୁଜ): ରାସ୍ତା ନାହିଁ ତ ଭୋଟ ନାହିଁ । ଏଭଳି କିଛି ଅଭିନବ ପ୍ରତିବାଦ କରିଛନ୍ତି ଗ୍ରାମବାସୀମ । ବ୍ୟାନର ଧରି ଛୋଟ ଠାରୁ ବଡ଼ ସମସ୍ତେ ପ୍ରତିବାଦ କରିଛନ୍ତି ରାସ୍ତା ପାଇଁ । ସୂଚନା ମୁତାବକ, ଦୀର୍ଘ ଦିନ ହେବ ରାସ୍ତାରୁ ବଂଚିତ ହେଉଛନ୍ତି ୫୦ରୁ ଊର୍ଦ୍ଧ୍ଵ ଦଳିତ ପରିବାର ୩୦୦ରୁ ଅଧିକ ଲୋକ । ଜରୁରୀକାଳୀନ ସମୟରେ ଆସିପାରିନଥାଏ ଆମ୍ବୁଲାନ୍ସ କି ଅଗ୍ନିଶମ ଗାଡି । ପ୍ରଶାସନକୁ କହି କହି ନୟାନ୍ତ ହେଲେଣି ଦଳିତ ଲୋକ ମାନେ । ଶେଷରେ ଏବେ ଗ୍ରାମବାସୀ ନିଷ୍ପତି ନେଇଛନ୍ତି ଭୋଟ ବର୍ଜନ କରିବେ ବୋଲି ।

ଏମିତି ଘଟଣା ଦେଖିବାକୁ ମିଳିଛି କଟକ ମାହାଙ୍ଗା ବ୍ଲକ ଗୋତରା ପଂଚାୟତର ପ୍ରହାରାଜପୁର ଦଳିତ ସାହିରେ । ଏହି ସାହି କି ଭଲ ରାସ୍ତା ଟିକେ ନାହିଁ। ବର୍ଷା ଦିନରେ ଯିବା ଭାରି ବଡ଼ କଷ୍ଟ ହୋଇଥାଏ । ରାସ୍ତାଟିଏ ପାଇଁ ଏଠାକାର ଲୋକେ ବାରମ୍ବାର ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରତିନିଧି ମାନଙ୍କୁ କହିଲା ପରେ ବି ରାସ୍ତା ଟିଏ ହୋଇପାରୁନାହିଁ । ସେଥିପାଇଁ ଗ୍ରାମବାସୀ ମାନେ ସଂକଳ୍ପ ନେଇଛନ୍ତି ରାସ୍ତା ନ ହେଲେ ଭୋଟ ବର୍ଜନ କରିବେ । ଭୋଟ ବୁଥ୍ କୁ ଯିବେ ନାହିଁ କି ଭୋଟ ଦେବେନାହିଁ।

ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାସ୍ତା ପାଇଁ । କିନ୍ତୁ ଗ୍ରାଉଣ୍ଡରେ କେତେ ଦୂର ତାହା କାର୍ଯ୍ୟ ହେଉଛି ତାହା ଏହି ଚିତ୍ରରୁ ଆପଣ ଜାଣିପାରୁଥିବେ । ଏହି ଗ୍ରାମକୁ ଜରୁରୀ କାଳୀନ ଗାଡି ଆସିବା ବଡ଼ କଷ୍ଟ ହୁଏ । ବର୍ଷା ଦିନରେ ପିଲାମାନେ ସ୍କୁଲ ଯିବା ପାଇଁ ବି କଷ୍ଟ ହୁଏ ଏହି ରାସ୍ତାରେ। ଯଦି ସାଧାରଣ ନିର୍ବାଚନ ପୂର୍ବରୁ ଏହି ରାସ୍ତା ନ ହୁଏ ତାହାଲେ ଗ୍ରାମବାସୀ ସମସ୍ତେ ସଂକଳ୍ପ ନେଇଛନ୍ତି ଭୋଟ ଦେବେନି କି ଭୋଟ ବୁଥ୍ କୁ ଯିବେ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.