ଖୁବ୍ ଶୀଘ୍ର ହ୍ଵାଟ୍ସଆପରେ ମିଳିବ Passkeys ଫିଚର, ଜାଣନ୍ତୁ ଏହାର ଫାଇଦା

ବର୍ତ୍ତମାନ ମିଳିଥିବା ଖବର ଅନୁସାରେ ଖୁବ୍ ଶୀଘ୍ର ହ୍ଵାଟ୍ସଆପରେ ମଧ୍ୟ Passkeys ଫିଚର ମିଳିବ । ତେବେ ମେଟା ଗତ ବର୍ଷ ଆଣ୍ଡ୍ରଏଡ୍ ୟୁଜରଙ୍କ ପାଇଁ ଏହି ଫିଚର ଆଣିଥିଲା ବର୍ତ୍ତମାନ ଏହା ଆଇଫୋନ୍ ୟୁଜରଙ୍କ ପାଇଁ ଜାରି କରାଯାଉଛି ।

Passkeys ଦୁନିଆର ଅନେକ କମ୍ପାନୀ ଦ୍ୱାରା ବ୍ୟବହାର କରାଯାଉଛି । ଗୁଗଲ୍ ଏବଂ ମେଟା ମଧ୍ୟ ସେମାନଙ୍କ ୟୁଜରଙ୍କୁ ଏହି ଫିଚରକୁ ବ୍ୟବହାର କରିବା ପାଇଁ କହୁଛନ୍ତି । ବର୍ତ୍ତମାନ ମିଳିଥିବା ଖବର ଅନୁସାରେ ଖୁବ୍ ଶୀଘ୍ର ହ୍ଵାଟ୍ସଆପରେ ମଧ୍ୟ Passkeys ଫିଚର ମିଳିବ । ତେବେ ମେଟା ଗତ ବର୍ଷ ଆଣ୍ଡ୍ରଏଡ୍ ୟୁଜରଙ୍କ ପାଇଁ ଏହି ଫିଚର ଆଣିଥିଲା ବର୍ତ୍ତମାନ ଏହା ଆଇଫୋନ୍ ୟୁଜରଙ୍କ ପାଇଁ ଜାରି କରାଯାଉଛି ।

ଏକ ରିପୋର୍ଟରେ କୁହାଯାଇଛି ଯେ ହ୍ଵାଟ୍ସଆପ୍ ଏକ ନୂଆ ସିକ୍ୟୁରିଟି ଫିଚର ଉପରେ କାମ କରୁଛି। IOS ବିଟା ଭର୍ସନ 24.2.10.73 ର ଏକ ସ୍କ୍ରିନସଟ୍ ମଧ୍ୟ ସାମ୍ନାକୁ ଆସିଛି । ସୂଚନା ଥାଉ କି Passkeys ହେଉଛି ଏକ ସିକ୍ୟୁରିଟି ଫିଚର ଯାହା ଲଗଇନ୍ ପ୍ରକ୍ରିୟାକୁ ଅଧିକ ସୁରକ୍ଷିତ କରିଥାଏ । ଅଜଣା ଡିଭାଇସରେ ଆକାଉଣ୍ଟ ଲଗଇନ୍ କରିବା ପାଇଁ ୬ ଡିଜିଟ୍‌ ର କୋଡ୍ ଆବଶ୍ୟକ ହୋଇଥାଏ ପରେ ଫେସ୍ ଆଇଡି, ଟଚ୍ ଆଇଡି ଏବଂ ଡିଭାଇସ୍ ପାସକୋଡ୍ ଆବଶ୍ୟକ ହୋଇଥାଏ । Passkeys ଫିଚର ପରେ ପ୍ରତ୍ୟେକ ଥର ଲଗଇନ୍ କରିବା ପାଇଁ ୬ ଡିଜିଟ୍‌ କୋଡ୍ ଆବଶ୍ୟକ ହେବ ନାହିଁ ।

Passkeys ଫିଚର ବ୍ୟବହାର କରିବା ପରେ ପ୍ରତ୍ୟେକ ଥର ପାସକୋଡ୍ କିମ୍ବା ପାସୱାର୍ଡର କୌଣସି ଆବଶ୍ୟକତା ରହିବ ନାହିଁ ବରଂ ଆପଣ ଫୋନରେ ବ୍ୟବହାର ହେଉଥିବା ଫେସ୍ ଆଇଡି କିମ୍ବା ଫିଙ୍ଗର ପ୍ରିଣ୍ଟ ସେନ୍ସର ମାଧ୍ୟମରେ ସିଧାସଳଖ ଲଗଇନ୍ କରି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.