ଅନ୍ତରୀଣ ବଜେଟ ୨୦୨୪ : ଦେଶରେ ନିର୍ମାଣ ହୋଇଛି ୭ଟି IIT, ୧୬ IIT, ୭ଟି IIM, ୩୯୦ ବିଶ୍ୱବିଦ୍ୟାଳୟ

ଜାତୀୟ ଶିକ୍ଷା ନୀତି ଜରିଆରେ ଶିକ୍ଷାକୁ ଅଧିକ ଉପାଦେୟ କରାଯାଇଛି । ଦେଶରେ ୩ ହଜାର ନୂଆ ଆଇଟିଆଇ ନିର୍ମାଣ ହୋଇଛି । ଏଥିସହ ୩୯୦ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ୭ଟି ଆଇଆଇଟି, ୧୬ଟି ଟ୍ରିପଲ ଆଇଟି, ୭ଟି ଆଇଆଇଏମ୍‌ ପ୍ରତିଷ୍ଠା ହୋଇଛି । 

ସଂସଦରେ ବଜେଟ ଆଗତ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶରେ ଗତ ୧୦ ବର୍ଷରେ ଅର୍ଥ ବ୍ୟବସ୍ଥାରେ ଉନ୍ନତି ହୋଇଛି ଆଉ ରୋଜଗାର ବଢିଛି । ଲୋକଙ୍କ ପାଖରେ ସମସ୍ତ ସରକାରୀ ଯୋଜନା ପହଞ୍ଚିପାରିଛି ।

ଦେଶରେ ଉଚ୍ଚଶିକ୍ଷାରେ ମହିଳାଙ୍କ ଭାଗିଦାରୀ ବଢ଼ିଛି । ଜାତୀୟ ଶିକ୍ଷା ନୀତି ଜରିଆରେ ଶିକ୍ଷାକୁ ଅଧିକ ଉପାଦେୟ କରାଯାଇଛି । ଦେଶରେ ୩ ହଜାର ନୂଆ ଆଇଟିଆଇ ନିର୍ମାଣ ହୋଇଛି । ଏଥିସହ ୩୯୦ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ସ୍କିଲ ଇଣ୍ଡିଆ ମିଶନ ଜରିଆରେ ୧.୪ କୋଟି ଯୁବକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏଥିସହ ଦେଶରେ ସମସ୍ତ ପ୍ରକଳ୍ପ ଗୁଡ଼ିକ ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି । ଦେଶରେ ଆହୁରି ଖୋଲିବ ମେଡିକାଲ କଲେଜ । ୭ଟି ଆଇଆଇଟି, ୧୬ଟି ଟ୍ରିପଲ ଆଇଟି, ୭ଟି ଆଇଆଇଏମ୍‌ ପ୍ରତିଷ୍ଠା ହୋଇଛି । ସ୍ୱରୋଜଗାର ପାଇଁ ପିଏମମୁଦ୍ରା ଯୋଜନା ଅଧିନରେ ୨୨.୫ ଲକ୍ଷ କୋଟି ଟଙ୍କା କରଜ ଦିଆଯାଇଛି ।

ବର୍ଷ ୨୦୨୩ ରେ ଶିକ୍ଷା କ୍ଷେତ୍ରରେ ସରକାର ୧,୧୨,୮୯୯ କୋଟି ଟଙ୍କା ଆବଣ୍ଟନ କରିଥିଲେ । ଯାହା ଗତବର୍ଷ ତୁଳନାରେ ୧୩% ଅଧିକ । ଏହି ବଜେଟରେ ସରକାର ଏକଲବ୍ୟ ସ୍କୁଲ ପାଇଁ ୩୮୦୦୦ରୁ ଅଧିକ ଶିକ୍ଷକ ଭର୍ତ୍ତି ପାଇଁ ଘୋଷଣା କରାଯାଇଛି । ସ୍କୁଲ ଶିକ୍ଷା ପାଇଁ ୬୮,୮୦୫ କୋଟି ଟଙ୍କା ଆବଣ୍ଟିତ କରାଯାଇଛି । ଉଚ୍ଚ ଶିକ୍ଷା ପାଇଁ ୪୪,୦୯୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଚଳିତ ବର୍ଷ ବଜେଟରେ ଶିକ୍ଷା କ୍ଷେତ୍ରରେ ୧.୦୪ ଲକ୍ଷ କୋଟି ଆବଣ୍ଟିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.