କୋଟିଏ ପରିବାରକୁ ପ୍ରତିମାସରେ ମିଳିବ ୩୦୦ ୟୁନିଟ ମାଗଣା ବିଜୁଳି, ନିର୍ମାଣ ହେବ ୨ କୋଟି ଘର

ରୁଫଟପ ସୋଲରାଇଜେସନ ସହାୟତାରେ ୧ କୋଟି ପରିବାରକୁ ପ୍ରତିମାସକୁ ୩୦୦ ୟୁନିଟ ମାଗଣା ବିଜୁଳି ମିଳିବ । ସରକାର ଏବେ ଯାଏଁ ୩ କୋଟି ଘର ନିର୍ମାଣ କରିବାର ଲକ୍ଷ୍ୟ ପାଖାପାଖି ପହଞ୍ଚିସାରିଛନ୍ତି । ଆସନ୍ତା ୫ ବର୍ଷରେ ଆହୁରି ୨ କୋଟି ନୂଆ ଘର ନିର୍ମାଣ ହେବ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟ ୨୦୨୪ ଉପସ୍ଥାପନ କରିଛନ୍ତି । ବଜେଟ ଉପସ୍ଥାପନା କରିବା ସମୟରେ ସରକାରଙ୍କ ୧୦ ବର୍ଷର ଉନ୍ନତି ବିଷୟରେ କହିଛନ୍ତି । ସେ କହିଛନ୍ତି, ରୁଫଟପ ସୋଲରାଇଜେସନ ସହାୟତାରେ ୧ କୋଟି ପରିବାରକୁ ପ୍ରତିମାସକୁ ୩୦୦ ୟୁନିଟ ମାଗଣା ବିଜୁଳି ମିଳିବ ।

ଏହାଛଡା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ୭୦ ପ୍ରତିଶତ ଘର ମହିଳାଙ୍କ ନାମରେ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଘର ନିର୍ମାଣ କାମ ଜାରି ରହିଛି ଏବଂ ସରକାର ଏବେ ଯାଏଁ ୩ କୋଟି ଘର ନିର୍ମାଣ କରିବାର ଲକ୍ଷ୍ୟ ପାଖାପାଖି ପହଞ୍ଚିସାରିଛନ୍ତି । ଆସନ୍ତା ୫ ବର୍ଷରେ ଆହୁରି ୨ କୋଟି ନୂଆ ଘର ନିର୍ମାଣ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.