ବଣରୁ ନରକଙ୍କାଳ ଜବତ : ପାଖରେ ପଡିଛି ବ୍ୟାଗ୍, ପ୍ୟାଣ୍ଟ-ସାର୍ଟ ଓ ଚପଲ

ରାସ୍ତା କଡ ବଣରୁ ମଣିଷର ନରକଙ୍କାଳ ଉଦ୍ଧାର । ଭଦ୍ରକ ଚାନ୍ଦବାଲି ରାସ୍ତାର ଆରଏମସି ମାର୍କେଟ୍ କମ୍ପ୍ଲେକ୍ସ ନିକଟସ୍ଥ ଵଣରୁ ମଣିଷ ନରକଙ୍କାଳ ଉଦ୍ଧାର ।

ଭଦ୍ରକ (କେନ୍ୟୁଜ): ରାସ୍ତା କଡ ବଣରୁ ମଣିଷର ନରକଙ୍କାଳ ଉଦ୍ଧାର । ଭଦ୍ରକ ଚାନ୍ଦବାଲି ରାସ୍ତାର ଆରଏମସି ମାର୍କେଟ୍ କମ୍ପ୍ଲେକ୍ସ ନିକଟସ୍ଥ ଵଣରୁ ମଣିଷ ନରକଙ୍କାଳ ଉଦ୍ଧାର ।

ଆଜି ସକାଳୁ କିଛି ଲୋକ ସେହି ବଣକୁ ସଫା କରୁଥିବା ବେଳେ ସେଠାରେ ମଣିଷର ନରକଙ୍କାଳ ଦେଖି ଥିଲେ । ପରେ ପୁରୁଣାବଜ଼ାର ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ କରିଛି । ସେଠାରୁ ସାଇଣ୍ଟିଫିକ ଟିମ ମଣିଷର ନରକଙ୍କାଳ, ଗୋଟିଏ ବ୍ୟାଗ, ପ୍ୟାଣ୍ଟ ସାର୍ଟ ଓ ଚପଲ ଉଦ୍ଧାର କରିଛି । ନରକଙ୍କାଳ ପଡିଥିବା ନିକଟରେ ଗଛରେ ଏକ ଦଉଡି ଲାଗିଥିବାରେ ଦେଖିବାକୁ ପାଇଥିଲା ପୁରୁଣା ବଜାର ପୋଲିସ । ଏ ସମ୍ପର୍କରେ ପୁରୁଣାବଜାର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.