ସୀମା ଲଙ୍ଘିଲା ମାନବିକତା ! ନିଜ ବୋହୂକୁ ବାହା ହେବା ପାଇଁ ପୁଅକୁ ହତ୍ୟା କଲା ୬୨ ବର୍ଷୀୟ ବାପା

ପଞ୍ଜାବ : ହଜିଗଲା ମାନବିକତା । ମଣିଷ କଣ କେବେ ଏହିଭଳି ଜଘନ୍ୟକାଣ୍ଡ କରିପାରିବ, ଯାହା କରିବା ତ ଦୂରର କଥା ଭାବିବାକୁ ନିଜକୁ କୁଣ୍ଠାବୋଧ ଲାଗୁଛି । ତେବେ ସେହିଭଳି ଏକ ବିଭତ୍ସ, ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି ପଞ୍ଜାବରେ । ଆପଣ ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ଆଜ୍ଞା ହଁ ହତ୍ୟାକାରୀ ହେଉଛନ୍ତି ବାପା ଏବଂ ହତ୍ୟାର ଶିକାର ହୋଇଛନ୍ତି ପୁଅ । ନିଜ ବୋହୂକୁ ବିବାହ କରିବା ପାଇଁ ପୁଅକୁ ହତ୍ୟା କରିଛି ୬୨ ବର୍ଷୀୟ ଶ୍ବଶୂର ରୂପୀ ଅଶୁର । ଖାଲି ହତ୍ୟା ନୁହେଁ ଅତି ନୃଶଂସଭାବେ ପୁଅର ଶବକୁ ଖଣ୍ଡ ଖଣ୍ଡ କରିଦେଇଛି ଅଭିଯୁକ୍ତ ବାପା ।

murderଖବରଅନୁଯାୟୀ, ମଙ୍ଗଳବାର ରାତିରେ ୪୦ ବର୍ଷୀୟ ପୁଅକୁ ହତ୍ୟା କରିଥିବା ଅଭିଯୋଗରେ ଫରିଦକୋଟର ଜାଇତୁ ସବ୍-ଡିଭିଜନ୍ ଅନ୍ତର୍ଗତ ଦାବ୍ରି ଖାନା ଗ୍ରାମର ଜଣେ ୬୨ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣଙ୍କର ମୃତ ପୁତ୍ରଙ୍କର ପତ୍ନୀଙ୍କ ସହ ଅବୈଧ ସମ୍ପର୍କ ଥିଲା ବୋଲି ଜଣାପଡିଛି । ପୁଅ ରାଜଓ୍ଵିନ୍ଦର ସିଂହ ତା’ କୋଠରିରେ ଶୋଇଥିବା ସମୟରେ ଅଭିଯୁକ୍ତ ଛୋଟା ସିଂହ ତାଙ୍କୁ ଗୋଟାଏ ତୀକ୍ଷ୍ଣ ଅସ୍ତ୍ରରେ ହତ୍ୟା କରିଥିଲା । ହତ୍ୟା କରିବା ପରେ ସେ ପୁଅର ଶବକୁ ଖଣ୍ଡ ଖଣ୍ଡ କରି କାଟି ପ୍ଲାଷ୍ଟିକ୍ ମୁଣାରେ ପୂରାଇ ନର୍ଦ୍ଦମାରେ ଫିଙ୍ଗି ଦେଇଥିଲା।
murder caseପୁଲିସ ସୂତ୍ରରୁ ମିଳିଥିବା ଖବର ମୁତାବକ, ପ୍ଲାଷ୍ଟିକ୍ ମୁଣାକୁ ଫିଙ୍ଗିବାକୁ ଗଲାବେଳେ ତାଙ୍କ ପୁତୁରା ଗୁରୁଚରଣ ସିଂହଙ୍କ ନିଦ ଭାଙ୍ଗିଯାଇଥିଲା । ଘରେ ରକ୍ତ ଛିଟା ଦେଖିବା ପରେ ସେ ସମସ୍ତ ଘଟଣା ସମ୍ପର୍କରେ ଜାଣିଥିଲେ । ତୁରନ୍ତ ସେ ଅଭିଯୁକ୍ତକୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ତେବେ ଅଭିଯୁକ୍ତ ନିଜ ବୋହୂ ସହିତ ବିବାହ କରିବାକୁ ଯୋଜନା କରୁଥିବା କଥା ପୁଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.