ପାକିସ୍ତାନ ପ୍ରତି ଭାରତର କଠୋର ଆଭିମୁଖ୍ୟ , ଅନ୍ତର୍ଜାତୀୟ ସ୍ତରରେ ଏକ ଘରିକିଆ କରିବାକୁ ନିଷ୍ପତ୍ତି

ଦିଲ୍ଲୀ(କେନ୍ୟୁଜ୍) : ଜମ୍ମୁ ଓ କାଶ୍ମୀରରେ ଆତଙ୍କୀ ହମ୍‌ଲା ପରେ ପାକିସ୍ତାନ ପ୍ରତି ଆଭିମୁଖ୍ୟ କଠୋର କରିଛି ଭାରତ। ଆକ୍ସନ ନେବା ଆରମ୍ଭ ହୋଇଛି। ପାକିସ୍ତାନରୁ ମୋଷ୍ଟ ଫେଭର୍ଡ ନେସନ୍‌ ମାନ୍ୟତା ପ୍ରତ୍ୟାହର କରାଯାଇଛି। ସେହିପରି ପାକିସ୍ତାନକୁ ଅନ୍ତର୍ଜାତୀୟ ସ୍ତରରେ ଏକ ଘରିକିଆ କରିବାକୁ ନିଷ୍ପତ୍ତି ନେଇଛି ଭାରତ। ଆକ୍ରମଣକାରୀ ଆତଙ୍କୀ ସଂଗଠନ ଓ ଏହା ପଛରେ ଥିବା ଶକ୍ତିକୁ କଡ଼ା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚେତେଇଦେଇ ମୋଦି କହିଛନ୍ତି, ପଡ଼ୋଶୀ ଦେଶ ବହୁତ ବଡ଼ ଭୁଲ୍‌ କରିଛି। ଏହାର ଭୟଙ୍କର ପରିଣାମ ଭୋଗିବ ପାକିସ୍ତାନ। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ପଡ଼ୋଶୀ ଦେଶ ଭାବୁଛି ଏଭଳି ଷଡ଼ଯନ୍ତ୍ର ରଚନା କରି ଭାରତରେ ଅସ୍ଥିରତା ସୃଷ୍ଟି କରିବ। କିନ୍ତୁ ଏମିତି କେବେ ହେବ ନାହିଁ କି ତାର ଲକ୍ଷ ପୂରଣ ହେବ ନାହିଁ। ସେହିପରି ଆତଙ୍କବାଦୀ ସଂଗଠନ ବିରୋଧରେ ମାନବବାଦୀ ଶକ୍ତିଙ୍କୁ ଏକଜୁଟ ହୋଇ ଆଗକୁ ବଢ଼ିବା ପାଇଁ ଆହ୍ଵାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.