ଅଭିନୟ ନେଲା ବାସ୍ତବ ରୂପ…ଚରିତ୍ରରେ ଏତେ ପଶିଗଲେ ଯେ ସତ ସତିକା ବଧ କରିଦେଲେ କାଳୀ ଭୂମିକାରେ ଅଭିନୟ କରୁଥିବା ବାଳକ

ଦେବୀ କାଳୀ ସାଜିଥିବା ୧୪ ବର୍ଷର ବାଳକ ହାତରେ ଚାଲିଗଲା ୧୧ ବର୍ଷର ରାକ୍ଷସ ସାଜିଥିବା ବାଳକର ଜୀବନ । ତ୍ରିଶୁଳ ମିଳିଲାନି ବୋଲି ଛୁରି ଧରିଥିଲା ବାଳକ । ତାପରେ ଘଟିଗଲା ଏଭଳି ଏକ ବଡ ଅଘଟଣ ।

ବେଶ ଥିଲା ନକଲୀ କିନ୍ତୁ ଅଭିନୟ କରିଦେଲେ ଅସଲୀ…ହଁ ଆଜ୍ଞା କାଳୀ ଭୂମିକାରେ ଅଭିନୟ କରୁଥିବା ବାଳକ ସତସତିକା ମାରିଦେଲା ରାକ୍ଷସକୁ । ମଞ୍ଚ ଉପରେ ଅଭିନୟ ଚାଲିଥିଲା, ଲୋକେ ଅଭିନୟରେ ଏକଦମ୍‌ ହଜି ଯାଇଥିଲେ । କିନ୍ତୁ କେହି ବି ଜାଣିପାରିଲେନି ଯେ ଚାଲିଥିବା ନାଟକରେ ସତସତିକା ରାକ୍ଷସର ବଧ ହୋଇଯିବ ବୋଲି । ଅଭିନୟ ନେଲା ବାସ୍ତବ ରୂପ…ଚରିତ୍ରରେ ଏତେ ପଶିଗଲେ ଯେ ସତ ସତିକା ବଧ କରିଦେଲେ କାଳୀ ଭୂମିକାରେ ଅଭିନୟ କରୁଥିବା ବାଳକ । ତାପରେ ଚାଲିଥିବା ଧାର୍ମିକ ଆୟୋଜନରେ ଶୋକର ଛାୟା ଖେଳିଯାଇଥିଲା । ଦେବୀ କାଳୀ ସାଜିଥିବା ୧୪ ବର୍ଷର ବାଳକ ହାତରେ ଚାଲିଗଲା ୧୧ ବର୍ଷର ରାକ୍ଷସ ସାଜିଥିବା ବାଳକର ଜୀବନ । ତ୍ରିଶୁଳ ମିଳିଲାନି ବୋଲି ଛୁରି ଧରିଥିଲା ବାଳକ । ତାପରେ ଘଟିଗଲା ଏଭଳି ଏକ ବଡ ଅଘଟଣ ।

କାନପୁରର ବିଲହର ଅନ୍ତର୍ଗତ ବାଗିୟାପୁର ଗାଁରେ ଘଟିଛି ଏଭଳି ଏକ ଦୁଃଖଦ ଘଟଣା । ଗାଁରେ ସୁବାଷ ସୈନି ନାମକ ଜଣେ ବ୍ୟକ୍ତିଙ୍କ ଘରେ ଭାଗବତ କଥା କାର୍ଯ୍ୟକ୍ରମ ଚାଲିଥିଲା । କାର୍ଯ୍ୟକ୍ରମ ବେଳେ ଗୋଟିଏ ଶୋଭାଯାତ୍ରା ବାହାରି ଥିଲା ଓ ଏଥିରେ ଛୋଟ ପିଲମାନେ ଭଗବତ କଥାର ବିଭିନ୍ନ ଚରିତ୍ରରେ ଅଭିନୟ କରୁଥିଲେ । ଏହି ସମୟରେ ଜଣେ ୧୪ ବର୍ଷର ବାଳକକୁ ମା କାଳୀ ଭୂମିକାରେ ଛିଡା କରିଦିଆଗଲା । ଆଉ ରାକ୍ଷସ ଭୂମିକାରେ ଜଣେ ୧୧ ବର୍ଷର ବାଳକକୁ ତା ସାମ୍ନାରେ ଛିଡା କରିଦିଆଗଲା। ଆଉ କିଛି ପିଲା ରାକ୍ଷସ ବେଶ ରୂପରେ ଛିଡା ବି ହୋଇଥିଲେ । କିନ୍ତୁ ମା କାଳୀଙ୍କ ହାତରେ ଦେବା ପାଇଁ ତ୍ରିଶୂଳ ମିଳିଲାନି । ଯେଉଁଥିିପାଇଁ ମାଆ କାଳୀ ସାଜିଥିବା ବାଳକ ହାତରେ ଛୁରୀ ଧରାଇଦେଲେ । ଅଭିନୟରେ ମା କାଳୀ ସାଜିଥିବାପିଲାଟି ରାକ୍ଷାସ ଭୂମିକାରେ ଥିବା ୧୧ ବର୍ଷର ପିଲାର ବେକରେ ଛୁରୀ ଲଗାଇଥିଲା । କିନ୍ତୁ ଛୁରୀରେ ଧାର ଥିଲା । କାହାକୁ ବି ଏହା ଆଦୌ ଜଣାନଥିଲା ସମସ୍ତେ ଅଭିନୟର ଖୁବ୍‌ ପ୍ରଶଂସା କରୁଥିଲେ । କିନ୍ତୁ ସେତେବେଳେ ବହୁତ ବଡ ଅଘଟଣ ଘଟିଯିବ କାହାକୁ ବି ଜଣାନଥିଲା ।

ଚାଲିଥିଲା ଅଭିନୟ । କିନ୍ତୁ କେହି କିଛି ବୁଝିବା ପୂର୍ବରୁ କାଳୀ ଭୂମିକାରେ ଅଭିନୟ କରୁଥିବା ପିଲାଟି ଧରିଥିବା ଛୁରୀରେ ରାକ୍ଷସ ବନିଥିବା ପିଲାଟିକୁ କରିଥିଲା ଆଘାତ । ଆଉ କ୍ଷଣିକରେ ଉଡିଯାଇଥିଲା ତାର ପ୍ରାଣବାୟୁ । ଚାରିଆଡେ ଖେଳିଗଲା ଶୋକର ଛାୟା । ରକ୍ତାକ୍ତ ଅବସ୍ଥାରେ ତଳେ ପଡିଥିଲା ପିଲାଟି ।

ଯଦିଓ ଛୁରୀକୁ କେବଳ ପ୍ରତିକାତ୍ମକ ଭାବେ ରାକ୍ଷାସ ଭୂମିକାରେ ଥିବା ପିଲାଟିର ବେକରେ ଲଗାଇବାକୁ କୁହାଯାଇଥିଲା । ବୋଧହୁଏ କାଳୀ ଭୂମିକାରେ ଅଭିନୟ କରୁଥିବା ପିଲାଟି ଏ କଥା ବୁଝିପାରିନଥିଲା । ତେଣୁ ଘଟାଇଦେଲା ଏତେ ବଡ ଅଘଟଣ । ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା, ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୧୧ ବର୍ଷର ପିଲାଟିର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ଓ ଆୟୋଜକମାନଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ପୋଲିସ ଏହି ମାମଲାରେ ଧାରା ୩୦୪ ଆଧାରରେ ହତ୍ୟା ମାମଲା ରୁଜୁ କରିଛି । ଏହାସହିତ ୧୪ ବର୍ଷର ବାଳକକୁ ଗିରଫ କରିନେଇଛି । କାନପୁର ପୋଲିସ ଡିସିପି କହିଛନ୍ତି, ମୃତକଙ୍କ ବାପାଙ୍କ ଅଭିଯୋଗ ପରେ ମାମଲା ଦାୟର କରାଯାଇଛି । ପିଲାକୁ ଜୁନେଭାଲ କୋର୍ଟରେ ହାଜର କରାଯିବ । ଆଗାମୀ କାର୍ଯ୍ୟାନୁଷ୍ଠାନ ଆଇନ ଅନୁଯାୟୀ ହେବ ବୋଲି ଜଣାଇଛି ପୋଲିସ ।

ତେବେ ଏଠି ଆୟୋଜକ ଧ୍ୟାନ ଦେବାର ଥିଲା । ସଚେତନତାର ସହ ଅଭିନୟକୁ ଶେଷ କରିବାର ଥିଲା । ଆଉ ଗୋଟେ ଧାରୁଆ ଛୁରୀକୁ ପିଲାଙ୍କ ହାତରେ ଏପରି ଦେବାର ନଥିଲା । ଆୟୋଜକଙ୍କ ଦାୟିତ୍ୱ ହୀନତା ଗୋଟେ ନିରୀହ ଛୁଆର ଜୀବନ ନେଇଗଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।

Leave A Reply

Your email address will not be published.