ମାଓବାଦୀଙ୍କ ଆମ୍ବୁସରେ ଫସିଲେ ବିଏସଏଫ୍ ଯବାନ : ଗୁଳିବିନିମୟରେ ୨ ଯବାନ ସହିଦ

ଛତିଶଗଡ଼ : କାଙ୍କୋର ଜିଲ୍ଲାର ମହାଲ ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିମୟ। ମାଓବାଦୀଙ୍କ ଆମ୍ବୁସରେ ଫସିଲେ ବିଏସଏଫ୍ ଯବାନ । ମାଓବାଦୀଙ୍କ ଗୁଳିରେ ୨ ଜଣ ବିଏସଏଫ୍ ଯବାନ ସହିଦ ହୋଇଛନ୍ତି । ସହିଦ ହୋଇଥିବା ବିଏସଏଫ୍ ଯବାନ ୧୭୫ ବାଟାଲିୟନର । ତିନି ଜଣ ଯବାନ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ରାୟପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି। ଗୁରୁତର ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି । ରାତି ପାଖାପାଖି ୩ଟା ୪୫ରେ ମାଓବାଦୀମାନେ ଗୁଳିମାଡ଼ କରିଥିଲେ । ଘଟଣାସ୍ଥଳରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.