ଆଗୁଆ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ସଜବାଜ !

ଭୁବନେଶ୍ବର : ଆଗୁଆ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ୨୦୧୮-୧୯ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ପାଇଁ ବ୍ୟୟବରାଦ ତାଲିକା ଦେବାକୁ ଅର୍ଥ ବିଭାଗ ଚିଠି ଲେଖିଥିବା ବେଳେ ଏମିତି କିଛି ଚର୍ଚ୍ଚା ଚାଲିଛି । ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ତାଲିକା ଦେବାକୁ କୁହାଯାଇଛି । ପ୍ରଶାସନିକ ବ୍ୟୟ ବରାଦ ଓ ବିଭିନ୍ନ ଯୋଜନାରେ ଖର୍ଚ୍ଚଦାବି ଅନ୍‌ ଲାଇନ୍‌ରେ ଦାଖଲ ପାଇଁ ସମସ୍ତ ବିଭାଗକୁ ଅର୍ଥ ସଚିବ ଚିଠି ଲେଖିଛନ୍ତି । ତେବେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, ଏହି ଚିଠି ଲେଖାଯିବା ସହ ଆଗୁଆ ନିର୍ବାଚନର କିଛି ସଂପର୍କ ନାହିଁ । ଏହା ଏକ ପ୍ରଶାସନିକ ପ୍ରକ୍ରିୟା ।

ସେପଟେ ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ସବୁ ରାଜନୈତିକ ଦଳଙ୍କ ମତାମତ ମାଗିଥିଲେ । ବିଜେଡି ତରଫରୁ ଏ ନେଇ ଲ’ କମିସନଙ୍କୁ ମତାମତ ଦିଆସରିଛି । ବିଜେଡି କହିଛି, ଏକକ ନିର୍ବାଚନ ପରିକଳ୍ପନା ଦଳର ସଭାପତି ନବୀନ ପଟ୍ଟନାୟକଙ୍କର । ତେବେ ବହୁ ଆଗରୁ ଏକକ ନିର୍ବାଚନ ବ୍ୟବସ୍ଥା ଥିଲା ବୋଲି ବିରୋଧୀ କହିଛନ୍ତି ।

ସାଧାରଣତଃ ବିଧାନସଭାର ଶୀତକାଳୀନ ଅଧିବେଶନରେ ଅତିରିକ୍ତ ବଜେଟ୍‌ ଆଗତ ହୋଇଥାଏ । ଅର୍ଥ ବିଭାଗର ଏହି ଚିଠି ପରେ ଚଳିତବର୍ଷ ମୌସୁମୀ ଅଧିବେଶନରେ ସପ୍ଲିମେଣ୍ଟାରୀ ବଜେଟ ଆଗତ ହେବାର ସମ୍ଭାବନା ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.