କଣ ସତରେ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଚରିତ୍ରରେ ଅଭିନେତା ରଣବୀର ସିଂ ଆସିବେ ନଜର ?

ମୁମ୍ବାଇ : ସୁପରଷ୍ଟାର ରଣବୀର ସିଂଙ୍କର କିଛି ଦିନ ପୂର୍ବେ “ଗଲିବଏ” ଫିଲ୍ମ ରିଲିଜ୍ ହୋଇଛି। ଫିଲ୍ମଟିକୁ ଦର୍ଶକ ବେଶ ପସନ୍ଦ କରୁଥିବା ବେଳେ ଏନେଇ ତାଙ୍କର ଲୋକପ୍ରିୟତା ମଧ୍ୟ ବଢ଼ିବାରେ ଲାଗିଛି। ତେବେ ଏହି ସଫଳତାକୁ ସେଲିବ୍ରେଟ କରୁଥିବା ବେଳେ କିଛି ପ୍ରଶଂସକଙ୍କ ରଣବୀରଙ୍କୁ ନେଇ କିଛି ଇଛା ପ୍ରକାଶ କରିଛନ୍ତି। ପ୍ରଶଂସକ କହିଛନ୍ତି, ପାକିସ୍ତାନରେ ଭାରତର ବିରତ୍ବ ଗାଧା ଗାଇ ଆସିଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ବାୟୋପିକ୍ ନିର୍ମିତ ହେବା ଦରକାର । ଏବଂ ଏଥିରେ ଅଭିନନ୍ଦନଙ୍କ ଭୂମିକାରେ ରଣବୀର ହିଁ ନଜର ଆସିବା ଦରକାର।

ranveer 2

ଆପଣଙ୍କୁ ଜଣାଇବାକୁ ଚାହିଁବୁ ନିକଟରେ ଅଭିନନ୍ଦନଙ୍କ ବାୟୋପିକ୍ ନେଇ ଭାରତୀୟ ନିର୍ଦ୍ଦେଶକଙ୍କ ମନରେ ଇଛା ଜାତ ହୋଇଛି। ଏପରିକି ଏଥିରେ ମୁଖ୍ୟ ଚରିତ୍ରରେ ନଜର ଆସିବା ପାଇଁ ଅଭିନେତା ଜନ୍ ଇବ୍ରାହିମ୍ ମଧ୍ୟ ନିଜର ଇଛା ଜାତ କରିଥିଲେ। କିନ୍ତୁ ଫ୍ୟାନ୍ସଙ୍କ ଇଛା କିଛି ଭିନ୍ନ ହିଁ ରହିଛି।

ପୁଲୱାମା ଆଟାକ୍ ପରେପରେ ଭାରତ ତରଫରୁ ଏୟାରଷ୍ଟ୍ରାଇକ୍ କରାଯାଇଥିଲା। ଯାହାର ଜବାବ୍ ଦେବାକୁ ଯାଇ ପାକିସ୍ତାନୀ ସେନା ଭାରତର ସୀମାରେଖା ମଧ୍ୟକୁ ପଶିଆସିଥିଲା। ଯାହାକୁ ପିଛା କରି ଅଭିନନ୍ଦନ ପାକିସ୍ତାନ ପହଞ୍ଚିଥିବା ବେଳେ ସେଠାରେ ତାଙ୍କୁ କଏଦ କରିଦିଆଯାଇଥିଲା। ସେଠାରେ ସେ ଭାରତର ଟେକ ରଖିବା ସହ ସମ୍ମାନର ସହ ଭାରତକୁ ଫେରିଥିଲେ।

ନିଶ୍ଚିତ ପଢ଼ନ୍ତୁ:ବ୍ୟାନ ପରେ ଅତିଫ ଅସଲାମ ବଦଳରେ ସଲମାନ ଗାଇବେ ‘ନୋଟବୁକ’ ର “ମେ ତାରେ” ଗୀତ…..

ଆପଣଙ୍କ ସୂଚନା ପାଇଁ ଅଭିଷେକ କପୁର ଭାରତ ତରଫରୁ ପାକିସ୍ତାନ ଉପରେ ହୋଇଥିବା ଏୟାରଷ୍ଟ୍ରାଇକ୍ ଉପରେ ସର୍ଜିକାଲଷ୍ଟ୍ରାଇକ୍ ୨ ନାମରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଏହାକୁ ସଂଞ୍ଜୟ ଲୀଲା ବଂଶାଳୀ ଏବଂ ଟି-ସିରିଜ୍ ପ୍ରଡ୍ୟୁସ କରିବାକୁ ଯାଉଛନ୍ତି। ତେବେ ଏଥିରେ କେଉଁ କଳାକାର ନଜର ଆସିବେ ସେ ନେଇ କୌଣସି ଆଧିକାରୀକ ଘୋଷଣା କରାଯାଇ ନାହିଁ।

Leave A Reply

Your email address will not be published.