ମୋଦିଙ୍କ ମହାନତା, ସଫାଇ କର୍ମଚାରୀଙ୍କୁ ଦାନ କଲେ ସଂଚୟ କରିଥିବା ୨୧ ଲକ୍ଷ ଟଙ୍କା

ମୋଦିଙ୍କ ମହାନତା । ସଂଚୟ କରିଥିବା ୨୧ ଲକ୍ଷ ଟଙ୍କା କଲେ ଦାନ । କୁମ୍ଭ ମେଳାରେ ନିୟୋଜିତ ଥିବା ସଫାଇ କର୍ମଚାରୀଙ୍କୁ ସଂଚୟ କରିଥିବା ୨୧ ଲକ୍ଷ ଟଙ୍କା ଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଟୁଇଟରେ କୁହାଯାଇଛି ଯେ ନିଜ ସଂଚୟରୁ ୨୧ ଲକ୍ଷ ଟଙ୍କା ସଫାଇକର୍ମଚାରୀଙ୍କ କଲ୍ୟାଣ କୋଷକୁ ଦାନ କରାଯାଇଛି । ସୂଚନାଯୋଗ୍ୟ ଗତ ଫେବ୍ରୁଆରୀ ମାସରେ ସଫାଇ କର୍ମଚାରୀଙ୍କ ପାଦ ଧୋଇଥିଲେ ପ୍ରଧାନମନ୍ତ୍ରୀ । ଯାହା ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା ।

ତେବେ ଏହା ପ୍ରଥମ ଥର ନୁହେଁ । ଏହା ପୂର୍ବରୁ ଗତ ମାସରେ ସିୟୋଲ୍ ଶାନ୍ତି ପୁରସ୍କାରରେ ମିଳିଥିବା ପ୍ରାୟ ଦେଢ କୋଟି ଟଙ୍କା ନମାମୀ ଗଙ୍ଗେ କାର୍ଯ୍ୟକ୍ରମକୁ ଦାନ କରିଥିଲେ ମୋଦି । ସେହିପରି ଅପ୍ରେଲ୍ ୨୦୧୫ରେ ନେପାଳରେ ହୋଇଥିବା ଭୂକମ୍ପରେ ପିଡିତଙ୍କ ସାହାଯ୍ୟ ପାଇଁ ନିଜର ଏକ ମାସର ଦରମା ଦାନ କରିଥିଲେ ମୋଦି ।

Leave A Reply

Your email address will not be published.