ପଦ୍ମ କ୍ୟାମ୍ପରେ ଦାମ ରାଉତ, ବିଜୁ ଅନୁଗତଙ୍କୁ ଏକାଠି କରିବାକୁ ଦେଲେ ଆହ୍ଵାନ

ଭୁବନେଶ୍ବର : ଦାମୋଦର ରାଉତ ବିଜେପିରେ ଯୋଗଦାନ ପରେ କେଉଁଠି ଲଢିବେ ନିର୍ବାଚନ। ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଆଜି ସେ ଦିଲ୍ଲୀରୁ ଫେରିଥିଲେ ଓଡ଼ିଶା। ନିର୍ବାଚନ ଲଢିବେ ବୋଲି କହିଛନ୍ତି। ସେପଟେ ବିଜେଡି ଦୃଢୋକ୍ତି ପ୍ରକାଶ କରିଛି, ଦାମଙ୍କ ବିଜେପିରେ ଯୋଗ ଦାନ ବିଜେଡି ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

ବିଜେଡି କହିଛି, ଦିନେ ବିଜେପି ନେତା ଓ ନେତ୍ରୀଙ୍କ ଉପରେ ପ୍ରବଳ ବର୍ଷୁଥିଲେ ଦାମ। ଆଉ ବିଜେପି ନେତା ଓ କର୍ମୀ ଦାମବାବୁଙ୍କ କୁଶପୁତ୍ତଳିକା ଦାହ କରୁଥିଲେ। ଦାମବାବୁ ଏବେ ସେହି ବିଜେପିରେ ଯୋଗ ଦେଇଛନ୍ତି। ବିଜେଡିରୁ ବିଦା ପରେ ସେ କୌଣସି ଦଳରେ ଯୋଗ ଦେବେ ନାହିଁ ବୋଲି କହୁଥିଲେ। ଏବେ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ଯୋଗଦାନ ବିଜେଡି ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛି ବିଜେଡି।

ଦାମ ନିର୍ବାଚନ ଲଢିବେ ବୋଲି କହୁଛନ୍ତି। କିନ୍ତୁ କେଉଁଠି, ତାହା ସ୍ପଷ୍ଟ ହେଉ ନାହିଁ। ପାରାଦୀପ କିମ୍ବା ବାଲିକୁଦା-ଏରସମାରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି। ଯଦି ସେ ଏଠାରୁ ପ୍ରାର୍ଥୀ ହୁଅନ୍ତୁ ତେବେ ବିଜେଡିକୁ କେତେ କ୍ଷତି ହେବ ବିଜେପିକୁ କଣ ଫାଇଦା ହେବ ତାକୁ ନେଇ ଅଙ୍କକଷା ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.