ବିଜେପି ନିର୍ବାଚନୀ ଇସ୍ତାହାର କମିଟି ବୈଠକ, ଅଧିକ ଶିଳ୍ପ ପ୍ରତିଷ୍ଠା ଓ କର୍ମନିଯୁକ୍ତି ପ୍ରସଙ୍ଗକୁ ଗୁରୁତ୍ୱ

ଭୁବନେଶ୍ବର : ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଇସ୍ତାହାର କମିଟି ବୈଠକ । ଇସ୍ତାହାର କମିଟି ଅଧ୍ୟକ୍ଷ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନେତୃତ୍ୱରେ ବୈଠକରେ କୃଷି ଓ କୃଷକଙ୍କ ପ୍ରସଙ୍ଗରେ ଆଲୋଚନା ହୋଇଛି । ସେହିପରି କ୍ଷୁଦ୍ର ମଧ୍ୟମ ଶିଳ୍ପ ଓ ଋଗଣ ଶିଳ୍ପର ପୁନରୁଦ୍ଧାର ସହ ଅଧିକ ଶିଳ୍ପ ପ୍ରତିଷ୍ଠା ଓ କର୍ମନିଯୁକ୍ତି ପ୍ରସଙ୍ଗରେ ଇସ୍ତାହାରରେ ଗୁରୁତ୍ୱ ଦିଆଯିବା ନେଇ ଆଲୋଚନା କରାଯାଇଛି । ବୈଠକରେ ବିଜେପି ରାଜ୍ୟ ସଭାପତି, ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଦଳର ବରିଷ୍ଠ ନେତା ଉପସ୍ଥିତ ଥିଲେ । ବିଜେପି ରାଷ୍ଟ୍ରୀୟ ସହ ସମ୍ପାଦକ ସୌଦାନ ସିଂ ମଧ୍ୟ ବୈଠକରେ ଯୋଗ ଦେଇଥିଲେ । ସେହିପରି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ଉପରେ ମଧ୍ୟ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.