ରାୟଗଡ଼ା : ପ୍ରାୟ ବର୍ଷେ ହେବ ସହରରେ ଚାଲିଥିଲା ଦେହ ବ୍ୟବସାୟ

ରାୟଗଡ଼ା (କେ ନ୍ୟୁଜ୍‌) : ରାୟଗଡ଼ାରେ ଧରିପଡ଼ିଲା ସେକ୍ସ ର‍୍ୟାକେଟ୍‌। ଜଣେ ମହିଳାଙ୍କ ସମେତ ୭ଜଣଙ୍କୁ ଗିରଫ କରିଛି ରାୟଗଡ଼ା ଟାଉନ୍‌ ଥାନା ପୋଲିସ। ଦେହ ବ୍ୟବସାୟ ଚାଲିଥିବା ଖବର ପାଇ ପୋଲିସ ଏକ ଭଡ଼ା ଘରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଏକ କୋଠରୀରେ ଥିବା ୭ଜଣଙ୍କୁ ଗିରଫ କରାଯାଇଥିଲା। ର‍୍ୟାକେଟର ମୁଖ୍ୟ ହେଉଛି ଗଞ୍ଜାମ ସୋରଡ଼ା ଅଞ୍ଚଳର ଚନ୍ଦନ କୁମାର ଚୌଧୁରୀ। ଦୀର୍ଘ ୧୧ମାସ ଧରି ସେ ବାହାରୁ ଝିଅମାନଙ୍କୁ ଆଣି ଦେହ ବ୍ୟବସାୟ କରୁଥିଲା। ଘଟଣାସ୍ଥଳରୁ ପୋଲିସ ୩୭ ହଜାର ନଗଦ ଟଙ୍କା, ୭ଟି ମୋବାଇଲ, ଗୋଟିଏ କାର ଓ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.