ମୋଟାପଣ ପାଇଁ ଆପଣ ଚିନ୍ତିତ କି? ପ୍ରତିଦିନ ଖାଆନ୍ତୁ ଜୁଆଣୀ , ପାଇବେ ଅନେକ ଲାଭ

ଲୋକମାନେ ସର୍ବଦା ମୋଟାପଣକୁ ନେଇ ଅଧିକ ଚିନ୍ତିତ ରହିଥାନ୍ତି। ଓଜନ ନିୟନ୍ତ୍ରଣ କରିବା ପାଇଁ କିଛି ଲୋକମାନେ ଡାଇଟିଙ୍ଗ୍ କରୁଛନ୍ତି ତ କିଛି ଲୋକ ଶାରୀରିକ ବ୍ୟାୟାମ ବା ଜିମ୍ ର ସାହାରା ନେଉଛନ୍ତି। ଜିମ୍ ଯାଇ ଶାରୀରିକ ବ୍ୟାୟାମ କରିବା ଏବଂ ଡାଇଟିଙ୍ଗ୍ କରିବା ପରେ ଯଦି ଆପଣଙ୍କୁ ଦୁର୍ବଳ ଲାଗୁଛି, ତେବେ ଆପଣଙ୍କର ଏହି ସମସ୍ୟା ଦୂର କରିବା ପାଇଁ ଆମେ ଆଜି ଏକ ଉପାୟ ଜଣାଇବୁ, ଯାହା ଦ୍ବାରା ଆପଣ ଘରେ ବସି ମଧ୍ଯ ନିଜ ଓଜନକୁ ନିୟନ୍ତ୍ରଣ କରିପାରିବେ।

ଜାଣନ୍ତୁ ଘରେ ପ୍ରସ୍ତୁତ ହେଉଥିବା ସେହି ଉପାୟ ବିଷୟରେ, ଯାହା ସର୍ବଦା ଆପଣଙ୍କ ଓଜନ ନିୟନ୍ତ୍ରଣ କରିଥାଏ

ajwain-water-ଆପଣ ଖାଦ୍ୟରେ ଜୁଆଣୀର ବ୍ୟବହାର କରୁଥିବେ, କିନ୍ତୁ ଜାଣିଛନ୍ତି କି ଏହାର ବ୍ୟବହାରରେ ଆପଣ ଅତି ଶୀଘ୍ର ନିଜର ଓଜନ ମଧ୍ୟ କମାଇ ପାରିବେ। ଏହା ବ୍ୟତୀତ ଜୁଆଣୀ ପାଣି କବଜ, ଗ୍ୟାସ, ଡ଼ାଇବେଟିଜ, ଆଜମା ଭଳି ରୋଗରୁ ମୁକ୍ତି ଦେଇଥାଏ। ୨୫ ଗ୍ରାମ ଜୁଆଣୀକୁ ରାତିରେ ଏକ ଗ୍ଲାସ ପାଣିରେ ଭିଜାଇ ରଖନ୍ତୁ। ସକାଳେ ଖାଲି ପେଟରେ ଏହି ପାଣିକୁ ଛାଣି ସେବନ କରନ୍ତୁ। ଏହି ପାଣିରେ ମଧ୍ୟ ଏକ ଚାମଚ ମହୁ ମିଶାଇ ସେବନ କରିପାରିବେ। ଆପଣ ୧୫-୨୦ଦିନ ଜୁଆଣୀ ପାଣି ସେବନ କରିବା ପରେ ଶରୀରରେ ମେଟାବାଲିକ ସ୍ତର ବଢିଥାଏ, ଯାହାର ପ୍ରଭାବ ଆପଣଙ୍କ ଓଜନରେ ପଡ଼ିଥାଏ। ଯଦି ଆପଣ ପ୍ରତ୍ୟେକ ଦିନ ଏହି ପାଣି ସେବନ କରିପାରୁନାହାଁନ୍ତି, ତେବେ ପ୍ରତ୍ୟେକ ଦିନ ଖାଲି ପେଟରେ ଏକ ଚାମଚ ଜୁଆଣୀ ସେବନ କରନ୍ତୁ।

ପେଟ ଯନ୍ତ୍ରଣା ଦୂର କରେ

ajwainପେଟ ଖରାପ ଥିଲେ ବା ପେଟ ସମ୍ବନ୍ଧୀୟ କୌଣସି ସମସ୍ୟାଥିଲେ ଜୁଆଣୀ ସେବନ କରିବା ଲାଭକାରୀ ହୋଇଥାଏ। ଜୁଆଣୀକୁ ଚୋବାଇ ଖାଇବା ପରେ ପାଣି ପିଅନ୍ତୁ। ଏହା ସହିତ ଆପଣ କଳା ଲୁଣ ମଧ୍ୟ ମିଶାଇ ପାରିବେ କାରଣ ଏପରି କରିବା ଦ୍ବାରା ଆପଣଙ୍କ ପେଟ ଭିତରୁ ମଇଳା ସଫା ହୋଇଥାଏ ଏବଂ ପେଟ ଯନ୍ତ୍ରଣା କମ ହୋଇଥାଏ।

ମାଢି ସମସ୍ୟା ଦୂର କରିଥାଏ

ajwain waterଜୁଆଣୀ ତେଲ ମାଢି ସମସ୍ୟା ଦୂର କରିବାରେ ଲାଭକାରୀ ହୋଇଥାଏ। ଯଦି ଆପଣଙ୍କର ମାଢି ଜନିତ ସମସ୍ୟା ରହିଛି, ତେବେ ଆପଣ ହାଲୁକା ଉଷୁମ ପାଣିରେ ଅଳ୍ପ ଜୁଆଣୀ ତେଲ ପକାଇ ସେହି ପାଣିରେ କୁଳି କରନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ମାଢି ଯନ୍ତ୍ରଣା କମ ହୋଇଥାଏ ଏବଂ ଆରାମ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.