କଂଗ୍ରେସ ଜାରି କଲା ଅଷ୍ଠମ ପ୍ରାର୍ଥୀ ତାଲିକା, ସପନା ଚୌଧୁରୀଙ୍କୁ ମିଳିଲା ନାହିଁ ଟିକେଟ

ନୂଆଦିଲ୍ଲୀ : କଂଗ୍ରେସ ନିଜର ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଏବଂ ମଣିପୁରର ଲୋକସଭା ଆସନର ୩୮ ସିଟ ପାଇଁ ଶନିବାର ଦିନ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରାଯାଇଛି। ପାର୍ଟିର ମହାସଚିବ ମୁକୁଲ ବାସନିକଙ୍କ ତରଫରୁ ଜାରି କରାଯାଇଥିବା ଏହି ତଲିକାରେ କଂଗ୍ରେସ ବରିଷ୍ଠ ନେତା ଦିଗବିଜୟ ସିଂଙ୍କୁ ଭୋପାଳରୁ ଟିକେଟ ପ୍ରଦାନ କରିଛି। ସେହିପରି ମହାରାଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ପୁଣି ଥରେ ନିର୍ବାଚନ ଲଢ଼ିବାକୁ ଯାଉଥିବା ବେଳେ ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ବିରପ୍ପା ମେଇଲିଙ୍କୁ କର୍ଣ୍ଣାଟକର ଚିକବଲ୍ଲାପୁର ଲୋକସଭା ତରଫରୁ ଟିକେଟ ମିଳିଛି। ଏହିପରି ଭାବେ କଂଗ୍ରେସ ମଧ୍ୟପ୍ରଦେଶରେ ୯, କର୍ଣ୍ଣାଟକରେ ୧୮, ମହାରାଷ୍ଟ୍ରରେ ୧, ଉତ୍ତରପ୍ରଦେଶରେ ୩ ଏବଂ ଉତ୍ତରାଖଣ୍ଡରେ ୫ ଏବଂ ମଣିପୁରରେ ୨ ଜଣ ପ୍ରାର୍ଥୀଙ୍କୁ ଟିକେଟ ପ୍ରଦାନ କରିଛି।


ପାର୍ଟିର ଲୋକସଭା ପ୍ରାର୍ଥୀଙ୍କର ଏହା ଅଷ୍ଟମ ତାଲିକା ରହିଛି। ଏହାପୂର୍ବରୁ ଓଡିଶା, ମଧ୍ୟପ୍ରଦେଶ ଆଦି ବିଭିନ୍ନ ରାଜ୍ୟକୁ ମିଶାଇ ବର୍ତ୍ତମାନ ପର‌୍ୟ୍ୟନ୍ତ ୧୮୨ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ତେବେ ମଥୁରାରୁ ହରିୟାନା ସପନା ଚୌଧୁରୀଙ୍କୁ ଟିକେଟ ମିଳିବା ଘଟଣାରେ ପଡିଛି ପୂର୍ଣ୍ଣଛେଦ। କାରଣ ଏନେଇ କଂଗ୍ରେସ ତରଫରୁ କୌଣସି ଘୋଷଣା କରାଯାଇନାହିଁ।

Leave A Reply

Your email address will not be published.