ପାରିବାରିକ କଳହର କରୁଣ ପରିଣତି : ଶଳାକୁ ହାଣିଲା ଭିଣୋଇ, ସ୍ତ୍ରୀ ଓ ଶାଶୁ ଗୁରୁତର ଆହତ

ଢ଼େଙ୍କାନାଳ (କେନ୍ୟୁଜ୍) :ଶଳାକୁ ହାଣିଲା ଭିଣୋଇ। ପାରିବାରିକ କଳହରୁ ଭିଣୋଇର କଟୁରୀ ଚୋଟରେ ଶଳା ମୃତ ହୋଇଥିବା ଅଭିଯୋଗ ହୋଇଛି। ସ୍ତ୍ରୀ ଓ ଶାଶୁ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଢ଼େଙ୍କାନାଳ ସଦର ଥାନା ବିଦାବନ୍ଧ ଗାଁରେ ଏହି ଅଘଟଣ ଘଟିଛି । ମୃତକଙ୍କ ନାଁ ନଗେଶ ରାଉତ । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଭିଣୋଇ ଲିଟୁ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଗୁରୁତର ସ୍ତ୍ରୀ ଓ ଶାଶୂଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.