Below header

ଜୋର ଧରିଛି ଦଳ ଡିଆଁଡେଇଁ ପର୍ବ, ବିଧାୟକ ଦୁର‌୍ୟ୍ୟୋଧନ ମାଝୀ ଶଙ୍ଖ ଫୁଙ୍କିଥିବା ବେଳେ ପଦ୍ମ ଛାଡିଲେ ରାଜକିଶୋର

ଭୁବନେଶ୍ବର (କେନ୍ୟୁଜ୍ ) :ନିର୍ବାଚନ ପାଖେଇ ଆସିବା ସହ ଜୋର ଧରିଛି ଦଳ ଡିଆଁଡେଇଁ ପର୍ବ । ବିଜେଡିରେ ମିଶିଲେ ଖରିଆର ବିଧାୟକ ଦୁର‌୍ୟ୍ୟୋଧନ ମାଝୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି । ଶୁକ୍ରବାର ବିଜେପିରୁ ଇସ୍ତଫା ଦେଇଥିଲେ ଦୁର‌୍ୟ୍ୟୋଧନ ମାଝି । ଦଳରେ ତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ କରି ସେ ଇସ୍ତଫା ଦେଇଛନ୍ତି । ଦୁର‌୍ୟ୍ୟୋଧନ ୧୯୯୦ ଓ ୧୯୯୫ରେ ଜନତା ଦଳ ଏବଂ ୨୦୦୪ ଓ ୨୦୦୪ ନିର୍ବାଚନରେ ବିଜେଡି ଟିକେଟରେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ୨୦୧୪ରେ ବିଜେଡି ତାଙ୍କୁ ଟିକେଟ ନଦେବାରୁ ସେ ବିଜେପିରେ ସାମିଲ ହୋଇଥିଲେ ।

ସେପଟେ ବିଜେପି ଛାଡିଲେ ରାଜକିଶୋର । ବିଜେପି ରାଜ୍ୟ ଉପସଭାପତି ରାଜକିଶୋର ଦାଶ । ଦଳର ରାଜ୍ୟ ଉପସଭାପତି ପଦ ସହ ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ନିଜର ଇସ୍ତଫା ପତ୍ରକୁ ସେ ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ରାଜକିଶୋର ଦୀର୍ଘ ୪୦ବର୍ଷ ଧରି ବିଜେପି ସହ ରହିଆସିଥିଲେ। ତେବେ ସେ ବିଜେପିରୁ ଇସ୍ତଫା ଦେବା ପରେ କେଉଁ ଦଳରେ ଯୋଗ ଦେବେ ସେ ନେଇ ସ୍ପଷ୍ଟ ସୂଚନା ମିଳିନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.