ଅସନ୍ତୁଷ୍ଟ ସୁବାସ ଛାଡିଲେ ବିଜେପି, ପ୍ରତିକ୍ରିୟା ଦେବା ବେଳେ ଭାବବିହ୍ବଳ ହୋଇ କାନ୍ଦି ପକାଇଲେ

ଭୁବନେଶ୍ବର (କେନ୍ୟୁଜ୍) :  ବିଜେପିରୁ ଇସ୍ତଫା ଦେଲେ ସୁବାସ। ଚୌହାନ, ବରଗଡରୁ ଟିକେଟ ନ ମିଳିବାକୁ ନେଇ ଥିଲେ ଅସନ୍ତୁଷ୍ଟ। ଇସ୍ତଫା ଦେବା ପରେ ସୁବାସ କହିଛନ୍ତି ‘ମୁଁ ବହୁତ ମର୍ମାହତ, ମୁଁ ବିଜେପି ବିଚାର ବିରୋଧରେ ଅସନ୍ତୁଷ୍ଟ। ବରଗଡରେ ପାଞ୍ଚ ବର୍ଷ ଧରି କାମ କରିଛି। ଓଡିଶା ବିଜେପି ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପକେଟରେ ରହିଛି।’ ପ୍ରତିକ୍ରିୟା ଦେବା ବେଳେ ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ ସୁବାସ।

Leave A Reply

Your email address will not be published.