ବଲିଉଡରେ ଧମାକାଦାର ଏଣ୍ଟ୍ରି କରିବାକୁ ଯାଉଛନ୍ତି କପିଲ ଦେବଙ୍କ ଝିଅ ଅମିୟା, ଜାଣନ୍ତୁ କେଉଁ ଫିଲ୍ମରେ ଆସିବେ ନଜର

‘ଗଲୀ ବୟ’ ଫିଲ୍ମ ପରେ ବର୍ତ୍ତମାନ ରଣବୀର ସିଂହ ନିଜର ପରବର୍ତ୍ତୀ ଫିଲ୍ମ ‘୮୩’ ର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ଫିଲ୍ମ ୧୯୮୩ ମସିହାରେ ହୋଇଥିବା ୱାଲର୍ଡ କପ ଉପରେ ଆଧାରିତ । ‘୮୩’ ର ନିର୍ଦ୍ଦେଶନା ଦେଇଛନ୍ତି  କବିର ଖାନ୍। ଫିଲ୍ମର ଲିଡ୍ ରୋଲରେ ଥିବା ରଣବୀରଙ୍କୁ କ୍ରିକେଟ ଶିଖାଇବାର ଶିକ୍ଷା ଦାୟିତ୍ବ ନେଇଛନ୍ତି ନିଜେ ପୂର୍ବତନ କ୍ରିକେଟର କପିଲ ଦେବ । ବହୁତ ଜଲଦି ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ଯାଉଛି ।

amiya devଖାସ୍ କଥା ହେଉଛି ଏହି ଫିଲ୍ମ ମାଧ୍ୟମରେ ବଲିଉଡରେ ଧମାକାଦାର ଏଣ୍ଟ୍ରି କରିବାକୁ ଯାଉଛନ୍ତି ଅମିୟା । ଆଜ୍ଞା ହଁ ‘୮୩’ ରେ ବଲିଉଡ ଫିଲ୍ମରେ ନଜର ଆସିବେ ଅମିୟା । କିନ୍ତୁ ସେ ଏହି ଫିଲ୍ମରେ ହିରୋଇନ ଭୂମିକାରେ ନଜର ଆସିବେ ନାହିଁ। ଏଥିରେ ଅମିୟା ନିର୍ଦ୍ଦେଶକ କବିର ଖାନଙ୍କୁ ସାହାଯ୍ୟ କରିବେ। ପୂର୍ବ କ୍ରିକେଟର ସନ୍ଦୀପ ପାଟ୍ଟିଲଙ୍କ ପୁଅ ଚିରାଗ ପାଟିଲ୍ ଏହି ଫିଲ୍ମରେ ମଧ୍ୟ ନଜର ଆସିବେ । ଚିରାଗ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ୍ ଆକ୍ଟିଭ ଅଛନ୍ତି ।

‘୮୩’ରେ ଚିରାଗ ମୁଖ୍ୟ ଭୂମିକାରେ ନଜର ଆସିବେ । ଅମିୟାଙ୍କ ଡେବ୍ୟୁକୁ ନେଇ ଚିରାଗ କହିଛନ୍ତି – ଆମେ ଏହି ଫିଲ୍ମ ମାଧ୍ୟମରେ ହିଁ ପ୍ରଥମ ଥର ଦେଖା ହୋଇଥିଲୁ। ସେ ଦିଲ୍ଲୀରେ ରହିଥିବା ବେଳେ ମୁଁ ମୁମ୍ବାଇରେ ରହେ। ସେ ମୋ ଠାରୁ ବୟସରେ ବହୁତ ଛୋଟ। ଅମିୟା ପ୍ରତ୍ୟେକ ଦିନ ଆମର ଟ୍ରେନିଙ୍ଗ ସେଣ୍ଟରରେ ଯୋଗ ଦେଇଥାନ୍ତି । ଅମିୟା ଏହି ଫିଲ୍ମରେ ନିର୍ଦେଶକଙ୍କ ଟିମରେ ରହିଛନ୍ତି । ସେ ଆମକୁ ସମସ୍ତ ମିଟିଂ ସମ୍ପର୍କରେ ସୂଚନା ଦେଇଥାନ୍ତି। ଅମିୟା ଏହି ଫିଲ୍ମରେ କଷ୍ଟ୍ୟୁମ ଡିଜାଇନ ଏବଂ ସିଡ୍ୟୁଲ୍ ଉପରେ ପ୍ଲାନ ପ୍ରସ୍ତୁତ କରିବେ।

amiya dev-‘୮୩’ର ସମସ୍ତ ଟିମ ମେମ୍ବର ବହୁତ ଜଲଦି ଧର୍ମଶାଳାରେ ନିଜର ପ୍ରଥମ ସୁଟିଂ ଆରମ୍ଭ କରିବେ। ଏହାପରେ କ୍ରାଷ୍ଟ ଏବଂ କ୍ରୁ ମେମ୍ବରମାନେ ନିଜର ସୁଟିଙ୍ଗ ପାଇଁ ସ୍କଟଲ୍ୟାଣ୍ଡ ଏବଂ ଲଣ୍ଡନରେ ଯାତ୍ରା କରିବେ। ଏହି ଫିଲ୍ମରେ ତାମିଲ କଳାକାର ଜୀୱା ମଧ୍ୟ ନଜର ଆସିବେ। ବିଷ୍ଣୁ ଇନ୍ଦୁରୀ ଏହି ପିଲ୍ମର ପ୍ରଯୋଜନା ଦାୟିତ୍ବ ଗ୍ରହଣ କରିଛନ୍ତି। ଆସନ୍ତା ୨୦୨୦ରେ ଏହି ଫିଲ୍ମ ରିଲିଜ୍ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.