Below header

କୋମଳ ଏବଂ ସୁନ୍ଦର ତ୍ବଚା ଚାହୁଁଛନ୍ତି କି? ତେବେ ବ୍ୟବହାର କରନ୍ତୁ ଏହି ୫ଟି ତେଲ

ବୟସ ବୃଦ୍ଧି ହେବା ସହିତ ତ୍ବଚାର କୋମଳତା ଶେଷ ହେବାର ଲାଗିଥାଏ। ଆଜିକାଲି ବାୟୁ ପ୍ରଦୂଷଣ ଏବଂ ଅସୁସ୍ଥ ଖାଦ୍ୟ, ପାନୀୟ ଯୋଗୁ ତ୍ବଚା ଉପରେ ସବୁଠାରୁ ଅଧିକ ଖରାପ ପ୍ରଭାବ ପଡ଼ିଥାଏ। ଯେଉଁ କାରଣରୁ କମ ବୟସରେ ଆଖି ତଳ କଳା ହେବା ଏବଂ ତ୍ବଚାରେ କୁଞ୍ଚନ ହେବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣମାନେ ଅନେକ ପ୍ରକାର ବ୍ୟୁଟି ପ୍ରଡ଼କ୍ଟ ବ୍ୟବହାର କରିଥାନ୍ତି । ଅଧିକାଂଶ ସମୟରେ ଏହି କେମିକାଲ ଯୁକ୍ତ ବ୍ୟୁଟି ପ୍ରଡ଼କ୍ଟ ତ୍ବଚାରେ ଖରାପ ପ୍ରଭାବ ପକାଇଥାଏ। ଏହି ସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣ ପ୍ରାକୃତିକ ଉପାୟ ବ୍ୟବହାର କରିପାରିବେ। ଅନେକ ପ୍ରକାର ତେଲ ବ୍ୟବହାରରେ ତ୍ବଚାର ଏହି ସବୁ ସମସ୍ୟା ଦୂର ହୋଇପାରିବ। ଜାଣନ୍ତୁ କେଉଁ ତେଲ ବ୍ୟବହାର କରିବା ଦ୍ବାରା ଆପନଣଙ୍କର ତ୍ବଚା ସମ୍ବନ୍ଧୀୟ ସମସ୍ୟା ସବୁ ଦୂର ହୋଇପାରିବ।

ସୋରିଷ ତେଲ

Mustard-Oil-benefitsସୋରିଷ ତେଲ ରୋଷେଇ କାର‌୍ୟ୍ୟରେ ବ୍ୟବହାର ହେବା ସହିତ ଅନେକ ପରମ୍ପରାରେ ମଧ୍ୟ ବ୍ୟବହାର କରାଯାଇଥାଏ। ସୋରିଷ ତେଲରେ ଓମେଗା, ୬ଫ୍ୟାଟି ଏସିଡ, ଭିଟାମିନ-ଇ ଏବଂ ଆଣ୍ଟି-ଅକ୍ସିଡେଣ୍ଟ ପ୍ରଚୁର ମାତ୍ରାରେ ରହିଥାଏ। ଆୟୁର୍ବେଦିକ ରୂପେ ଏହାକୁ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରାଯାଇଥାଏ। ତ୍ବଚା ଜନିତ କଳା ଦାଗ ଦୂର କରିବା ପାଇଁ ସୋରିଷ ତେଲ ଅନେକ ଲାଭକାରୀ ହୋଇଥାଏ।

ବାଦାମ ତେଲ

Almond-Oilବାଦାମ ତେଲରେ ଭିଟାମିନ-ଏ, ବି ଏବଂ ଇ ରହିଥାଏ, ଯାହା ତ୍ବଚାର ରଙ୍ଗ ବଢାଇବା ସହିତ ଅନେକ ସମସ୍ୟା ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ। ଏହି ତେଲ ତ୍ବଚାକୁ କୋମଳ କରିଥାଏ। ବାଦାମ ତେଲ ତ୍ବଚାରେ ଥିବା ବ୍ରଣ ଦାଗ ଦୂର କରିବା ସହିତ ତ୍ବଚାକୁ ଅଧିକ ସଫା ରଖିଥାଏ।

ନଡ଼ିଆ ତେଲ

coconut oilନଡ଼ିଆ ତେଲରେ ସନ ପ୍ରୋଟେକ୍ସନ ଫ୍ୟାକ୍ଟର ଅଧିକ ମାତ୍ରାରେ ରହିଥାଏ। ସକାଳେ ଏବଂ ସଂନ୍ଧ୍ୟାରେ ଆପଣ ସର୍ବଦା ନଡ଼ିଆ ତେଲ ଲଗାଇବା ଦ୍ବାରା ତ୍ବଚାରେ ସୁନ୍ଦରତା ବୃଦ୍ଧି ହୋଇଥାଏ।

ଅଲିଭ ଅଏଲ୍

Olive-Oilଅଲିଭ ଅଏଲ୍ ତ୍ବଚା ପାଇଁ ଲାଭକାରୀ ହୋଇଥାଏ। ଅଲିଭ ଅଏଲରେ ଫ୍ଲାଭସୋନୋଇଡିସ ସ୍କୱେଲୀନ ଏବଂ ପୋରୀଫେନୋଲ୍ସ ଆଣ୍ଟି-ଅକ୍ସିଡେଣ୍ଟ ରହିଥାଏ, ଯାହା ତ୍ବଚାର ମୃତ କୋଶିକାକୁ ସମାପ୍ତ କରିଥାଏ। ଥଣ୍ଡା ଏବଂ ଗରମ ଋତୁରେ ଅଲିଭ ଅଲିଭ ଅଏଲ୍ ତ୍ବଚା ପାଇଁ ଅନେକ ଲାଭକାରୀ ହୋଇଥାଏ। ଗାଧୋଇବା ପରେ ଶରୀରରେ ଅଲିଭ ଅଏଲ ଲଗାଇବା ଦ୍ବାରା ଶରୀରରୁ କଳା ଦାଗ ଦୂର ହୋଇଥାଏ ଏବଂ ଗଳାରେ ଅଲିଭ ଅଏଲ୍ ଲଗାଇଲେ ଗଳାରେ ହୋଇଥିବା କଳା ଦାଗ ଦୂର ହୋଇଯାଇଥାଏ।

ରାଶି ତେଲ

Benefits of Seasme-Oilରାଶି ତେଲ ମଧ୍ୟ ଆପଣ ତ୍ବଚାରେ ବ୍ୟବହାର କରିପାରିବେ। ଏଥିରେ ଅନେକ ସନ ପ୍ରୋଟେକ୍ସନ ଫ୍ୟାକ୍ଟର ରହିଥିବାରୁ ଏହା ତ୍ବଚା କଳା ହେବାରୁ ରକ୍ଷା କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.