Below header

ଅର୍ଜୁନ କପୁରଙ୍କ ସହିତ ବିବାହକୁ ନେଇ ମୁହଁ ଖୋଲିଲେ ମଲାଇକା ଅରୋରା

ବଲିଉଡର ଦୁଇ କଳାକାର ମଲାଇକା ଅରୋରା ଏବଂ ଅର୍ଜୁନ କପୁରଙ୍କ ବିବାହକୁ ନେଇ ଚର୍ଚ୍ଚା ଦିନକୁ ଦିନ ବଢ଼ିବାରେ ଲାଗିଛି। ୧୯ ଏପ୍ରିଲରେ ଦୁହେଁ ବିବାହ କରିବେ ବୋଲି ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର୍ ଧରିଛି। କିନ୍ତୁ ମଲାଇକା ନିଜ ବିବାହ ଖବରକୁ ନେଇ ମୁହଁ ଖୋଲିଛନ୍ତି।

ଏକ ମିଡିଆ ରିପୋର୍ଟ ଅନୁସାରେ ମଲାଇକା ଏହି ଖବରକୁ ଖଣ୍ଡନ କରି ଏହା ସତ ନୁହେଁ ବୋଲି କହିଛନ୍ତି। ଆପଣଙ୍କୁ ଜଣାଇବୁ ଯେ, ପୂର୍ବରୁ ମଧ୍ୟ ତାଙ୍କର ଏବଂ ଅର୍ଜୁନଙ୍କ ଆଫେୟାରକୁ ନେଇ “ମିଡିଆ କେବଳ ଏହି ଚର୍ଚ୍ଚା କରୁଛି” ବୋଲି ସେ କହିଥିଲେ।

maliaka-aroora-khan-arjun-kapoor-1479960015ମଲାଇକା କହିଥିଲେ ଯେ, “ମୁଁ ଜୀବନରେ ଜଣେ ସାଥି ଚାହୁଁଛି। ଯିଏ କି ବହୁତ ଭଲ ପାଇବା ଦେଇପାରୁଥିବ। ଯାହା ସହ ମୋର ଚିନ୍ତାଧାରାରେ ମେଳ ରହିଥିବ। ଯଦି ଏପରି କେହି ଜଣେ ମିଳିଯିବ, ତା ହେଲେ ମୁଁ ମାନିବି ଯେ ଆପଣମାନେ ଲକି ଅଟନ୍ତି”।

ଅନ୍ୟପଟେ ଅର୍ଜୁନଙ୍କ ବାପା ବୋନି କପୁର୍ ମଧ୍ୟ ପୁଅ ବିବାହର ଖବରକୁ ଗୁଜବ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଏହି କଥାରେ ଟିକେ ମଧ୍ୟ ସତ୍ୟତା ନାହିଁ।

malaika_arjun_boneyକିଛି ଦିନ ପୂର୍ବରୁ ମଲାଇକା ମାଲଦ୍ୱୀପରେ ଛୁଟି କଟାଉଥିବାର ଫଟୋ ସାମ୍ନାକୁ ଆସିଥିଲା। ଆଉ ସେହି ଫଟୋ ଦେଖି ବାହାଘର ପୂର୍ବରୁ ସେ ସେଠାରେ ହନିମୁନ୍ କରୁଥିବାର ମଧ୍ୟ ଚର୍ଚ୍ଚା ହେଉଥିଲା।

ଦୁହେଁ ଏପ୍ରିଲରେ ବାହା ହେବେ ବୋଲି ଏବେ ଚର୍ଚ୍ଚା ଜୋର୍ ଧରିଛି। ଆଉ ବାହାଘରରେ ଦୁହିଁଙ୍କ ପରିବାର ସାମିଲ୍ ହେବା ସହ ବଲିଉଡ୍ର ଅନେକ ନାମୀଦାମୀ ଅଭିନେତା ଅଭିନେତ୍ରୀ ମଧ୍ୟ ଯୋଗ ଦେବେ ବୋଲି ଆଲୋଚନା ହେଉଛି।

ଏବେ ଅର୍ଜୁନ୍ କିନ୍ତୁ ତାଙ୍କ ଫିଲ୍ମ “ପାନିପଥ୍”ରେ ବ୍ୟସ୍ତ ଅଛନ୍ତି। ଏହା ଏକ ପିରିୟଡ୍ ଡ୍ରାମା ଫିଲ୍ମ। ଆଶୁତୋଷ ଗୋୱାରିକର୍ ଏହି ଫିଲ୍ମର ନିଦ୍ଦେର୍ଶନା ଦେଇଛନ୍ତି। “ପାନିପଥ୍”ରେ ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ଏବଂ କ୍ରୀତି ହାସନ୍ ମଧ୍ୟ ମୁଖ୍ୟ ଚରିତ୍ରରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.