ଅନୁପ୍ରବେଶ ଉଦ୍ୟମ : ପାକିସ୍ତାନର ୪ଟି ଏଫ୍‌-୧୬କୁ ସୀମାରୁ ଘଉଡ଼ାଇ ଦେଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ : ଏପଟେ ସାରା ଭାରତ ସାଧାରଣ ନିର୍ବାଚନକୁ ନେଇ ବ୍ୟସ୍ତ ଥିବା ବେଳେ ସେପଟେ ସୀମାରେ ପାକିସ୍ତାନର ବଦମାସୀ କମିନାହିଁ । ଆଜି ଏହାର ୪ଟି ଏଫ୍‌-୧୬ ବିମାନ ପଞ୍ଜାବ ଖେମକରଣ ସେକ୍ଟର ସୀମାରେ ଉଡୁଥିଲା । ସେମାନେ ଭାରତୀୟ ସୀମାରେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ବେଳେ ରାଡାରରେ ଧରା ପଡ଼ି ଯାଇଥିଲେ । ଏହା ପରେ ତୁରନ୍ତ ଭାରତୀୟ ବାୟୁସେନାର ମିରାଜ ଏବଂ ସୁଖୋଇ ଯୁଦ୍ଧ ବିମାନ ଉଡ଼ିବା ଆରମ୍ଭ କଲା ଏବଂ ପାକ୍‌ ଯୁଦ୍ଧ ବିମାନଗୁଡ଼ିକୁ ଗୋଡ଼ାଇ ଗୋଡ଼ାଇ ଘଉଡ଼ାଇ ଦେଲା ।
ପୁଲଓ୍ଵାମା ବିସ୍ଫୋରଣ ପରେ ଫେବ୍ରୁଆରୀ ୨୭ ତାରିଖ ଦିନ ଭାରତ ସୀମାରେ ଅନୁପ୍ରବେଶ କରୁଥିବା ବେଳେ ପାକିସ୍ତାନ ଏଫ୍‌-୧୬କୁ ମିଗ୍‌ ଯୁଦ୍ଧ ବିମାନ ଦ୍ୱାରା ଖସାଇ ଦେଇଥିଲେ ଭାରତୀୟ ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.