କାହିଁକି ବଦଳୁଛନ୍ତି ବିଜେଡିର ଲୋକସଭା ପ୍ରାର୍ଥୀ ? ଇଣ୍ଡିଆ ଟୁଡେ ସର୍ଭେ ଓଡ଼ିଶାରେ ପ୍ରାୟ ୫୯ % ସାଂସଦଙ୍କ କମିଛି ଲୋକପ୍ରିୟତା

ଭୁବନେଶ୍ବର : ଦକ୍ଷିଣ ହେଉ କି ପଶ୍ଚିମ ଅଥବା ଉପକୂଳ ଓଡ଼ିଶା । ଏଥର ବହୁ ପୁରୁଣା ମୁହଁକୁ ବିଧାୟକ ପ୍ରାର୍ଥୀ କରିଛି ବିଜେଡି । କିନ୍ତୁ ଲୋକସଭା ଆସନ କ୍ଷେତ୍ରରେ ୮୦ ପ୍ରତିଶତ ପ୍ରାର୍ଥୀଙ୍କୁ ବଦଳାଇଛି ଦଳ। ଏଯାଏ ଦଳ ୧୮ ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ସେଭିତରୁ କେବଳ ପୁରୀର ସାଂସଦ ପିନାକୀ ମିଶ୍ର, ବଲାଙ୍ଗୀରରୁ କଳିକେଶ ସିଂହଦେଓ ଓ ବାଲେଶ୍ୱରରୁ ରବୀନ୍ଦ୍ର ଜେନାଙ୍କୁ ରିପିଟ କରିଛି ବିଜେଡି । ଅନ୍ୟ ୧୫ ଲୋକସଭା ଆସନରେ ନୂଆ ମୁହଁ ଦେଇଛି ଦଳ । ଏ ପରିବର୍ତ୍ତନ କରିବା ପଛରେ କ’ଣ ରହିଛି ରହସ୍ୟ? ଇଣ୍ଡିଆ ଟୁଡେ ପଲଟିକାଲ ଷ୍ଟକ ଏକ୍ସଚେଞ୍ଜ ସର୍ଭେ ଅନୁସାରେ ଓଡ଼ିଶାର ପାଖାପାଖି ୬୦ ପ୍ରତିଶତ ସାଂସଦଙ୍କ ଲୋକପ୍ରିୟତା କମିଛି। ଏହାକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ସାଂସଦ ପ୍ରାର୍ଥୀଙ୍କୁ ବଦଳାଇ ଥିବା କୁହାଯାଉଛି ।

ଇଣ୍ଡିଆ ଟୁଡେ ପଲଟିକାଲ ଷ୍ଟକ ଏକ୍ସଚେଞ୍ଜ ସର୍ଭେ ରିପୋର୍ଟ ଅନୁସାରେ ଆସନ୍ତୁ ନଜର ପକାଇବା କେଉଁ ରାଜ୍ୟରେ ସାଂସଦମାନଙ୍କର କିଭଳି ଲୋକପ୍ରିୟତା ରହିଛି। ତ୍ରିପୁରାରେ ୬୦% ସାଂସଦଙ୍କର ଲୋକପ୍ରିୟତା କମିଛି। ସେହିପରି ଛତିଶଗଡ଼ରେ ୫୯ %, ଉତ୍ତରାଖଣ୍ଡରେ ୫୯ %, ଝାଡ଼ଖଣ୍ଡରେ ୫୮ %, ମହାରାଷ୍ଟ୍ରରେ ୫୫ ପ୍ରତିଶତ ସାଂସଦଙ୍କର କମିଛି ଲୋକପ୍ରିୟତା । ଏହି ସର୍ଭେ କହୁଛି ଓଡ଼ିଶାରେ ପ୍ରାୟ ୬୦ ପ୍ରତିଶତ ସାଂସଦଙ୍କର ଲୋକପ୍ରିୟତା ହ୍ରାସ ପାଇଛି ।

ଆଣ୍ଟି ଇନକମ୍ବେନ୍ସି ଫାକ୍ଟରକୁ ନଜରରେ ରଖି ଏଥର ପ୍ରାର୍ଥୀ ଚୟନ କରାଯାଇଛି ବୋଲି ବିଜେଡି ମହଲରେ ଚର୍ଚ୍ଚା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.