Below header

ଢେଙ୍କାନାଳ ଓ କେନ୍ଦୁଝରକୁ ନେଇ ସସ୍‌ପେନ୍ସ କାହିଁକି ?

ଭୁବନେଶ୍ୱର (କେ ନ୍ୟୁଜ୍‌) : ଏବେ କେବଳ କେନ୍ଦୁଝର ଓ ଢେଙ୍କାନାଳ ଲୋକସଭା ପ୍ରାର୍ଥୀଙ୍କ ନାଁକୁ ଅପେକ୍ଷା। ଆଉ ବାକି ଅଛି ୧୦ଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାଁ ଘୋଷଣା ଏହି ସବୁ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହେଲେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ବିଜେଡିର ତାଲିକା ସମ୍ପୂର୍ଣ୍ଣ ହେବ । ଶୁଣା ଯାଉଛି କେନ୍ଦୁଝରର ସାଂସଦ ଶକୁନ୍ତଳା ଲାଗୁରୀଙ୍କ ସ୍ଥାନରେ ଦଳ ଆଉ ଜଣକୁ ପ୍ରାର୍ଥୀ କରିବା ଲାଗି ଆଗ୍ରହୀ ଅଛି । ଅନ୍ୟପକ୍ଷରେ ଢେଙ୍କାନାଳରୁ ନଗେନ୍ଦ୍ର ପ୍ରଧାନ କିମ୍ବା ବିଧାୟକ ସରୋଜ ସାମଲଙ୍କ ପତ୍ନୀଙ୍କୁ ଟିକେଟ୍‌ ମିଳି ପାରେ ବୋଲି ଚର୍ଚ୍ଚା ଚାଲିଛି । ତେବେ ବାକି ସସ୍‌ପେନ୍ସ ଉପରୁ ଆସନ୍ତାକାଲି ପରଦା ହଟିଯିବ । ସେହିଭଳି ଯାଜପୁର ଓ କୋରେଇ ସହିତ ଭୁବନେଶ୍ୱର ମଧ୍ୟ ଏବଂ ଉତ୍ତର ବିଧାନସଭା ଆସନ ପ୍ରାର୍ଥୀଙ୍କ ନାମକୁ ନେଇ ମଧ୍ୟ ଆଶା ଓ ଆଶଙ୍କାରେ ଆଶାୟୀମାନେ ।

ବାଦ୍‌ ପଡ଼ିଲେ ଦୁଇ ବରିଷ୍ଠ ଶଶି ଓ ଦେବାଶିଷ

ଗତକାଲି ଘୋଷଣା ହୋଇଥିବା ତାଲିକା ପରେ କେତୋଟି ଗୁରୁତ୍ୱପୂର୍ଣ୍ଣ ଆସନରେ ଲାଗି ରହିଥିବା ସସପେନ୍ସ ହଟିଛି । କଟକ ଲୋକସଭା ଆସନରେ ପୁଣି ପ୍ରାର୍ଥୀ ହୋଇଛନ୍ତି ଭର୍ତ୍ତୃହରି ମହତାବ । ତେବେ ବିଧାୟକ ଭାବେ ଯାଜପୁର ଜିଲ୍ଲା ବରୀ ଆସନରୁ ଆଶାୟୀ ଥିବା ଦେବାଶିଷ ନାୟକଙ୍କୁ ଟିକେଟ୍‌ ମିଳି ନାହିଁ । ତାଙ୍କ ସ୍ଥାନ ନେଇଛନ୍ତି ସୁନନ୍ଦା ଦାସ । ସେହିପରି ଭୁବନେଶ୍ୱର ଜୟଦେବ ଆସନରୁ ଶଶି ବେହେରାଙ୍କୁ ବାଦ୍‌ ଦେଇ ଅରବିନ୍ଦ ଢାଲିଙ୍କୁ ଟିକେଟ୍‌ ଦିଆଯାଇଛି । ଏହାକୁ ନେଇ କି ପ୍ରତିକ୍ରିୟା ଆସୁଛି ଦେଖିବା ବାକି ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.