କେନ୍ଦୁଝର ସଦର ଥାନା ପଳାଶପଙ୍ଗାରେ ଟ୍ରକକୁ ପିଟିଲା ବୋଲେରୋ, ଦମ୍ପତି ମୃତ

କେନ୍ଦୁଝର(କେନ୍ୟୁଜ୍): ଆଜି ସକାଳେ ସଦର ଥାନା ଅନ୍ତର୍ଗତ ୨୧୫ ନମ୍ବର ଜାତୀୟ ରାଜପଥର ପଳାଶପଙ୍ଗା ଛକ ଠାରେ ଠିଆ ହୋଇଥିବା ଏକ ଟ୍ରକ୍‌ ପଛରେ ଏକ ବୋଲେରୋ ଧକ୍କା ଦେବାରୁ ସ୍ବାମୀସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ମୃତ ଦମ୍ପତି ହେଉଛନ୍ତି ବଲାଣିଥାନା ବାଲାଗୋଡ଼ ଅଞ୍ଚଳର ୫୦ ବର୍ଷୀୟ ବୀଣାଦେବୀ ମହାକୁଡ଼ ଓ ୫୫ ବର୍ଷିୟ ବଳଭଦ୍ର ମହାକୁଡ଼। ସେମାନେ କଟକର ଏକ ଘରୋଇ ଡାକ୍ତରଖାନାରୁ ଚିକିତ୍ସିତ ହୋଇ ବୋଲେରୋରେ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ପୁଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଛି। ଆହତ ଡ୍ରାଇଭର କେନ୍ଦୁଝର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

Leave A Reply

Your email address will not be published.