୪୦ ବର୍ଷରେ ଦେଖାଯିବେ ୨୦ ଭଳି ! ଆପଣାନ୍ତୁ ଏହି ଘରୋଇ ଉପଚାର

ବୟସ ବଢ଼ିବା ସହିତ ଆପଣଙ୍କ ତ୍ବଚାର ମଧ୍ୟ ବହୁତ ପରିବର୍ତ୍ତନ ହୋଇଥାଏ ଯାହାକୁ ରୋକିବା ପାଇଁ ଆପଣ ଅସକ୍ଷମ ହୋଇଥାନ୍ତି। ଏହିଭଳି ପରିବର୍ତ୍ତନରେ ଏଜିଙ୍ଗର ସମସ୍ୟା ମଧ୍ୟ ସାମିଲ ହୁଏ। ପ୍ରଦୁଷଣ,ଚିନ୍ତା ଏବଂ ଜୀବନଶୈଳୀର ସମସ୍ୟା କାରଣରୁ ସମୟ ପୂର୍ବରୁ ହିଁ ବ୍ୟକ୍ତିଙ୍କୁ ଏଜିଙ୍ଗର ସମସ୍ୟା ହେବାକୁ ଲାଗିଥାଏ। ଏମିତିରେ ନିଜର ତ୍ବଚାର ଧ୍ୟାନ ରଖି ଆପଣ ମଧ୍ୟ ବଢ଼ୁଥିବା ବୟସ ସହିତ ନିଜର ତ୍ବଚାକୁ ରକ୍ଷା କରିପାରିବେ।

eggଅଣ୍ଡାର ପ୍ୟାକ

ଯଦି ଆପଣଙ୍କୁ ଅଣ୍ଡାର ବାସ୍ନାରେ କିଛି ଅସୁବିଧା ନଥାଏ ତେବେ ଅଣ୍ଡାର ଧଳା ଅଂଶ ଆପଣଙ୍କ ପାଇଁ ବହୁତ ଉପଯୋଗୀ ହୋଇଥାଏ। ଅଣ୍ଡାର ଧଳା ଅଂଶକୁ ଏକ ପାତ୍ରରେ କାଢ଼ି ଭଲଭାବେ ଫେଣ୍ଟି ଦିଅନ୍ତୁ। ଏହାପରେ ଚେହେରାରେ ପ୍ୟାକ ଭଳି ଲଗାନ୍ତୁ ଏବଂ ଶୁଖିଗଲା ପରେ ଧୋଇ ଦିଅନ୍ତୁ।

Yogurt-and-Vitamin-E-Capsulesଦହିର ଭିଟାମିନ ପ୍ୟାକ

ତିନୋଟି ଭିଟାମିନ ଇ କ୍ୟାପସୁଲକୁ ଏକ  ପାତ୍ରରେ କାଢ଼ି ସେଥିରେ ଦୁଇ ଚାମଚ ଦହି, ଅଧା ଚାମଚ ମହୁ ଏବଂ ଅଧା ଚାମଚ ଲେମ୍ବୁରସକୁ ମିଶାନ୍ତୁ। ଭଲଭାବେ ଫେଣ୍ଟି ଏହି ପ୍ୟାକକୁ ତ୍ବଚାରେ ଲଗାଇ ୧୦ ମିନିଟ ପର୍ୟ୍ୟନ୍ତ ଛାଡି ଦିଅନ୍ତୁ। ପରେ ତ୍ବଚାକୁ ସାମାନ୍ୟ ମସାଜ କରି ସଫା ପାଣିରେ ଧୋଇ ଦିଅନ୍ତୁ।

coconut oilନଡିଆ ତେଲ

ସବୁବେଳେ ଶୋଇବା ପୂର୍ବରୁ ରିନ୍କଲ୍ସ ହୋଇଥିବା ଯାଗାରେ ନଡିଆ ତେଲକୁ ସାମାନ୍ୟ ମସାଜ କରନ୍ତୁ। ନିୟମିତ ଭାବରେ ରିନ୍କଲ୍ସରେ ନଡିଆ ତେଲ ଲଗାଇବା ଦ୍ବାରା ରିନ୍କଲ୍ସ କମ ହୋଇଯାଇଥାଏ।

grapesଅଙ୍ଗୁରରେ କରନ୍ତୁ ମସାଜ

ସବୁଜ ଅଙ୍ଗୁରକୁ ରିନ୍କଲ୍ସ ହୋଇଥିବା ସ୍ଥାନରେ ସାମାନ୍ୟ ମସାଜ କରନ୍ତୁ। କୋଡିଏ ମିନିଟ ପର୍ୟ୍ୟନ୍ତ ମସାଜ କରିବା ପରେ ଏହାକୁ ସଫା ପାଣିରେ ଭଲଭାବେ ଧୋଇ ଦିଅନ୍ତୁ।

Ginger honeyମହୁ ଏବଂ ଅଦା ପେଷ୍ଟ

ଏକ ଚାମଚ ମହୁରେ ଅଦାକୁ ପକାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ରିନ୍କଲ୍ସରେ ଲଗାଇବା ଦ୍ବାରା ରିନ୍କଲ୍ସ କମ୍ ହେବା ସହିତ ତ୍ବଚାକୁ ଚିକ୍କଣ କରିଥାଏ।

camphor oilକର୍ପୁର ତେଲ

କୁଞ୍ଚିତ ତ୍ବଚାକୁ ହଟାଇବା ପାଇଁ ଆଖିର ଆଖପାଖ ଅଞ୍ଚଳ ଏବଂ ବେକରେ କର୍ପୁର ତେଲକୁ ମସାଜ କରନ୍ତୁ। ରିନ୍କଲ୍ସ ଦୂର କରିବା ପାଇଁ ଏହା ରାମବାଣ ଉପାୟ ଅଟେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.