ଖରାଦିନେ ଷ୍ଟାଇଲିସ୍ ଲୁକ ପାଇବା ପାଇଁ ଚାହୁଁଥିଲେ ଫଲୋ କରନ୍ତୁ ଏହି ୫ଟି ଟିପ୍ସ

ଷ୍ଟାଇଲିସ୍ ଲାଗିବା ପାଇଁ ସମସ୍ତେ ଚାହାନ୍ତି। ମାତ୍ର ସମସ୍ତେ ଋତୁ ହିସାବରେ ସଠିକ ଭାବରେ ପୋଷାକ ଚୟନ କରିପାରି ନ ଥାନ୍ତି ବା ଅନ୍ୟାନ୍ୟ ଜିନିଷ କିଣିପାରି ନ ଥାନ୍ତି। ଷ୍ଟାଇଲିସ ଲୁକ୍ ପାଇବା ପାଇଁ ବେଶି କିଛି କଷ୍ଟ କରିବାକୁ ପଡିବ ନାହିଁ, କେବଳ ଋତୁ ଅନୁଯାୟୀ ପୋଷାକ ଚୟନ କରି ଜାଣିଲେ ହୋଇପାରିବ। ଖରାଦିନେ ଷ୍ଟାଇଲିସ ଲୁକ୍ ପାଇବା ସହିତ ଆପଣଙ୍କୁ ଖରା ଗରମରେ ଆରାମଦାୟକ ପୋଷାକ କିଣିବା ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡିଥାଏ।

ଖରାଦିନେ ଆପଣଙ୍କୁ ଅଧିକ ଯତ୍ନଶୀଳ ହୋଇ ରହିବା ଆବଶ୍ୟକ। ତେବେ ଖରାଦିନେ ଏକ ସୁନ୍ଦର ଓ ଷ୍ଟାଇଲିସ ଲୁକ୍ ପାଇବା ପାଇଁ କେଉଁ କେଉଁ ଫ୍ୟାସନେବଲ ସାମଗ୍ରୀ କିଣିପାରିବେ ଆସନ୍ତୁ ଜାଣିବା।

ସ୍କାର୍ଫ

scarpଏହାକୁ ଆପଣ ସବୁ ଋତୁରେ ବ୍ୟବହାର କରିପାରିବେ। ସୁନ୍ଦର ଡିଜାଇନ ପ୍ରିଣ୍ଟ ହୋଇଥିବା ଓ ପତଳା କପଡାରେ ପ୍ରସ୍ତୁତ ସ୍କାର୍ଫ କିଣନ୍ତୁ। ଖରାଦିନେ କଟନ୍ କପଡାରେ ପ୍ରସ୍ତୁତ ସ୍କାର୍ପ ବହୁତ ଉପଯୋଗୀ ଅଟେ। ଯଦି ଆପଣ କିଛି ପ୍ରିଣ୍ଟେଡ ପୋଷାକ ପିନ୍ଧୁଛନ୍ତି ତେବେ ପ୍ରିଣ୍ଟ ହୋଇନଥିବା ସ୍କାର୍ଫ ବ୍ୟବହାର କରନ୍ତୁ। ଏହା ଆପଣଙ୍କୁ ଏକ ସୁନ୍ଦର ଲୁକ୍ ଦେଇଥାଏ। ବଜାରରେ ବର୍ତ୍ତମାନ ଅନେକ ପ୍ରକାରର ସ୍କାର୍ଫ ଉପଲବ୍ଧ ହେଉଛି ଓ ଏଥିରୁ ମଲ୍ଟିକଲର ସ୍କାର୍ଫର ଚାହିଦା ବହୁତ ଅଧିକ।

ଷ୍ଟାଇଲିସ୍ଟ କ୍ୟାପ

ଖରାତାତିରୁ ବଞ୍ଚିବା ପାଇଁ ବଜାରରେ ଅନେକ ପ୍ରକାରର ଟୋପି ବିକ୍ରି କରାଯାଉଛି। ମହିଳାମାନଙ୍କ ମଧ୍ୟରେ ଗୋଲାକାର ଆକୃତି ଟୋପିର ଚାହିଦା ବହୁତ ଅଧିକ। ଏହା ଆପଣଙ୍କୁ ଖରାରୁ ରକ୍ଷା କରିବା ସହିତ ଏକ ଷ୍ଟାଇଲିସ ଲୁକ୍ ମଧ୍ୟ ଦେଇଥାଏ। ଖରାଦିନେ କଟନ୍ କପଡାରେ ପ୍ରସ୍ତୁତ ଟୋପିର ବ୍ୟବହାର କରନ୍ତୁ।

summerଷ୍ଟାଇଲିସ୍ଟ ଚଷମା

ଆଖିକୁ ଖରାରୁ ବଞ୍ଚେଇବା ପାଇଁ ଓ ଷ୍ଟାଇଲିସ ଲୁକ୍ ପାଇବା ପାଇଁ ଚଷମା ନିଶ୍ଚିତ ଭାବରେ ପିନ୍ଧନ୍ତୁ। ବର୍ତ୍ତମାନ ବଡ ଗ୍ଳାସ ଥିବା ଚଷମାର ଚାହିଦା ବହୁତ ଅଧିକ। ନିଜ ପୋଷାକକୁ ମ୍ୟାଚ କରୁଥିବା ଚଷମା କିଣି ପିନ୍ଧିପାରିବେ। ଚଷମା କିଣିବା ସମୟରେ ନିଜ ଚେହେରାର ଆକୃତି ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ଓ ସେହି ଅନୁଯାୟୀ ଚଷମା କିଣନ୍ତୁ।

ହାତ ପାଇଁ ଗ୍ଲୋଭ୍

glovesଖରାରେ ବାହାରେ ବୁଲିବା ଦ୍ଵାରା ହାତରେ ସନ୍ ଟ୍ୟାନ୍ ହୋଇଥିଏ ବା କଳା ପଡିଥାଏ । ଏଥିରୁ ରକ୍ଷା ପାଇବା ପାଇଁ ଗ୍ଲୋଭ୍ ବ୍ୟବହାର କରନ୍ତୁ। ବଜାରରେ ଅନେକ ଡିଜାଇନର ଓ ଭିନ୍ନ ଭିନ୍ନ ରଙ୍ଗର ଗ୍ଲୋଭ୍ ବ୍ୟବହାର କରାଯାଉଛି। ଆପଣ ନିଜ ପୋଷାକର ରଙ୍ଗ ଅନୁଯାୟୀ ଗ୍ଲୋଭ୍ ବାଛନ୍ତୁ।

ଷ୍ଟାଇଲିସ୍ଟ କ୍ୟାପ

ଆଖିକୁ ଖରାରୁ ବଞ୍ଚେଇବା ପାଇଁ ଓ ଷ୍ଟାଇଲିସ ଲୁକ୍ ପାଇବା ପାଇଁ ଚଷମା ନିଶ୍ଚିତ ଭାବରେ ପିନ୍ଧନ୍ତୁ। ବର୍ତ୍ତମାନ ବଡ ଗ୍ଳାସ ଥିବା ଚଷମାର ଚାହିଦା ବହୁତ ଅଧିକ। ନିଜ ପୋଷାକକୁ ମ୍ୟାଚ କରୁଥିବା ଚଷମା କିଣି ପିନ୍ଧିପାରିବେ। ଚଷମା କିଣିବା ସମୟରେ ନିଜ ଚେହେରାର ଆକୃତି ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ଓ ସେହି ଅନୁଯାୟୀ ଚଷମା କିଣନ୍ତୁ।

 

Leave A Reply

Your email address will not be published.