ଏଠାରେ ଗୃହ ପ୍ରବେଶ ପୂର୍ବରୁ କନ୍ୟାକୁ କୋଳରେ ଉଠାଇ ଜଳନ୍ତା ଅଙ୍ଗାର ଉପରେ ଚାଲିଥାଏ ବର, ଏହି ଅଦ୍ଭୁତ ପରମ୍ପରା ପଛରେ ଲୁଚି ରହିଛି ଏକ ବଡ଼ କାରଣ

ଭାରତରେ ଯେଉଁଠି ବିବାହ ପରେ ସ୍ୱାମୀ ନିଜ ନବବିବାହିତା ସ୍ତ୍ରୀର ହାତ ଧରି ଗୃହ ପ୍ରବେଶ କରିଥାଏ, ସେଠି ଦୁନିଆରେ ଏମିତି ଏକ ଦେଶ ଅଛି, ଯେଉଁଠି କନ୍ୟାର ଗୃହ ପ୍ରବେଶ ପୂର୍ବରୁ ବରକୁ ଏକ ଅଦ୍ଭୁତ ବିଧି ପାଳନ କରିବାକୁ ପଡ଼ିଥାଏ।

w3

ଏଠାରେ ବର ନିଜ ଜୀବନକୁ ବାଜି ଲଗାଇ ଜଳନ୍ତା ଅଙ୍ଗାର ଉପରେ ଚାଲିଥାଏ। ସବୁଠାରୁ ଅଜବ କଥା ହେଉଛି, ସେ ନିଜ ନବବିବାହିତା ସ୍ତ୍ରୀକୁ ପିଠିରେ ଲଦି କିମ୍ବା କୋଳରେ ଧରି ଏହି ଯାତ୍ରାକୁ ପୂରା କରିଥାଏ।

w2

ତେବେ ଏହି ପ୍ରାଚୀନ ପରମ୍ପରା ଚୀନରେ ଦେଖିବାକୁ ମିଳିଥାଏ। ଏହା ପଛରେ ଥିବା କାରଣ ଜାଣିଲେ ଆପଣ ବି ଆଶ୍ଚଯ୍ୟର୍ ହୋଇଯିବେ। ବିଶ୍ୱାସ କରାଯାଏ, ବର ଏମିତି କରିବା ଦ୍ୱାରା କନ୍ୟାକୁ ପ୍ରସବ ପୀଡ଼ାରୁ ମୁକ୍ତି ମିଳିଥାଏ। ଏହି ପୁରୁଣା ପରମ୍ପରା ଆଜି ବି ସେଠାରେ ଚାଲିଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.