ସେୟାର ବଜାର ଉପରେ ପଡିଲା କରୋନା ଭାଇରସର ପ୍ରଭାବ, ଗୋଟିଏ ଦିନରେ ୪୨୦ ଅଙ୍କ ଖସିଲା ସେନସେକ୍ସ

ବିଶ୍ୱ ବଜାରରେ ଲାଗି ରହିଥିବା ଗଭୀର ମାନ୍ଦାବସ୍ଥା କାରଣରୁ ଭାରତୀୟ ସେୟାର ବଜାରରେ ବି ଲଗାତାର ଖରାପ ଅବସ୍ଥା ଲାଗି ରହିଛି । ମଙ୍ଗଳବାର ବମ୍ବେ ସ୍ଟକ ଏକ୍ସଚେଂଜ ବା ବିଏସ୍ସିର ସେନ୍ସେକ୍ସ ୧୩ ଅଙ୍କ ଖସି ୪୧,୦୪୨.୪୬ରେ ପହଁଚିଥିବା ବେଳେ ଦ୍ବିପହରେ ୪୨୦ ଅଙ୍କ ଖସି ୪୦,୬୩୬.୬୧ ରେ ପହଞ୍ଚିଛି । ଏମିତିକି ଆମେରିକାର ଆପଲ କମ୍ପାନୀକୁ କରୋନା ଭାଇରସ କାରଣରୁ ଖୁବ କ୍ଷତି ସହିବାକୁ ପଡିଛି । ଅନ୍ତରାଷ୍ଟ୍ରୀୟ ରେଟିଙ୍ଗ ଏଜେନ୍ସି ‘ମୁଦିଜ’ ଇନଭେଷ୍ଟମେଣ୍ଟ ସର୍ଭିସ ୨୦୨୦ରେ ଭାରତର ଜିଡିପି ପରିମାଣକୁ ବି କମେଇଦେଇଛନ୍ତି । ଏଜେନ୍ସି ଏହି ପରିମାଣକୁ ୬.୬ ପ୍ରତିଶତ କମାଇ ୫.୪ ପ୍ରତିଶତ କରିଦେଇଛି । ଅନ୍ୟ ପକ୍ଷରେ ଆଜି ମୁଦ୍ରା ସ୍ପିତି ଉପରେ ବି ଗଭୀର ପ୍ରଭାବ ପଡିଥିବା ନଜର ଆସିଛି ।

ଡ଼ଲାର ତଉଲାନରେ ଟଙ୍କା ମୂଲ୍ୟ ୧୧ ପଇସା ହ୍ରାସ ପାଇଁ ୭୧.୪୦ ପଇସାରେ ପହଁଚିଥିବା ବେଳେ ସୋମବାର ବ୍ୟବସାୟ ୭୧.୨୯ ଟଙ୍କାରେ ବନ୍ଦ ହୋଇଥିଲା । ଏମିତିକି ଆମେରିକାର ଆପଲ କମ୍ପାନୀକୁ କରୋନା ଭାଇରସ କାରଣରୁ ଖୁବ କ୍ଷତି ସହିବାକୁ ପଡିଛି । ପୂର୍ବ ଅନୁମାନ ତୁଳନାରେ କମ ପରିମାଣରେ ଉତ୍ପାଦନ ହୋଇଥିବା ନେଇ ଏକ ଖବର ପ୍ରକାଶ ପାଇଛି । ଅନ୍ୟ ପକ୍ଷରେ ଟୋକିଓ ସ୍ଥିତ ନିକଇ କମ୍ପନୀକୁ ବି କ୍ଷତି ସହିବାକୁ ପଡିଛି । ଚୀନରେ ଆରମ୍ଭ ହୋଇଥିବା କରୋନା ଭାଇରସର ପ୍ରଭାବ ଆଗକୁ ବି ସେୟାର ବଜାର ଉପରେ ପଡିବ ବୋଲି ଆଶଙ୍କା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.