Below header

‘ପଶୁଙ୍କୁ ନିର୍ମମ ଭାବେ ହତ୍ୟା କରିବା ଦ୍ୱାରା ବାହାରୁଥିବା ତରଙ୍ଗରୁ କରୋନାର ଜନ୍ମ’, ଏଭଳି ଅଜବ ଦାବି କଲେ ଭାରତୀୟ ସାଧୁ

କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏବେ ଏହି ମାରାତ୍ମକ ରୋଗକୁ ନେଇ ମୁହଁ ଖୋଲିଛନ୍ତି ଅଖିଳ ଭାରତୀୟ ହିନ୍ଦୁ ମହାସଭାର ଅଧ୍ୟକ୍ଷ ସ୍ୱାମୀ ଚକ୍ରପାଣି। ସ୍ୱାମୀଜୀ ଚୀନ୍‌ରେ କରୋନା ବ୍ୟାପିବାର କାରଣ ସମ୍ପର୍କରେ ସୂଚନା ଦେଇଛନ୍ତି।

corona 2

ସ୍ୱାମୀ ଚକ୍ରପାଣି କହିଛନ୍ତି ‘ଯେଉଁଭଳି ଭାବେ ଚୀନ୍‌ରେ ଜୀବଜନ୍ତୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଏ, ନିଶ୍ଚିତ ଭାବେ ଏହା ତାହାର ହିଁ ପରିଣାମ। ପଶୁମାନଙ୍କୁ ହତ୍ୟା କରିବା ଦ୍ୱାରା ଏକ ପ୍ରକାରର ନକାରାତ୍ମକ ତରଙ୍ଗ ବାହାରିଥାଏ, ମୋତେ ଲାଗୁଛି ସେଥିରୁ ହିଁ କରୋନାର ସୃଷ୍ଟି’।

ସୂଚନାଯୋଗ୍ୟ ଯେ, ନିକଟରେ ସ୍ୱାମୀ ଚକ୍ରପାଣି ଏହି ଭାଇରସ୍‌ରୁ ବର୍ତ୍ତିବା ପାଇଁ ଏକ ଅଦ୍ଭୁତ ଉପାୟ ମଧ୍ୟ କହିଥିଲେ। ସେ କହିଥିଲେ ଯେ ମାରାତ୍ମକ କରୋନାରୁ ମୁକ୍ତି ପାଇଁ ଗୋମୂତ୍ର ଓ ଗୋବରର ବ୍ୟବହାର କରାଯାଇପାରିବ।

swami chakrapani

ତାଙ୍କ କହିବାନୁସାରେ ଗୋମୂତ୍ର ଓ ଗୋବରର ସେବନ କରିବା ଦ୍ୱାରା ଏହି ଭାଇରସ୍‌ର ପ୍ରଭାବ ନଷ୍ଟ ହୋଇଯାଏ। କେବଳ ଏତିକି ନୁହେଁ ଓଁ ନମଃ ଶିବାୟ ଉଚ୍ଚାରଣ କରିବା ସହ ଶରୀରରେ ଗୋବର ଲେପନ କଲେ ମଧ୍ୟ କରୋନା ହେବ ନାହିଁ ବୋଲି ସେ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.