ଦେଶରେ ଲୋକସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ତେବେ ଲୋକସଭା ନିର୍ବାଚନ ରୂପି ଏହି ମଞ୍ଚରେ ପ୍ରାର୍ଥୀ ରୂପି କଳାକାରଙ୍କ ନୂଆ ନୂଆ ରଙ୍ଗ ପ୍ରତିଦିନ ଦେଖିବାକୁ ମିଳୁଛି । ତିନିଟି ପର୍ଯ୍ୟାୟ ନିର୍ବାଚନ ସରିଲାଣି । ଆଉ ଆସନ୍ତାକାଲି ହେଉଛି ହେବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଏହା ମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନେତା ମାନେ ଜୋରଦାର କରୁଛନ୍ତି ପ୍ରଚାର । ପ୍ରତିଦିନ ଗଣମାଧ୍ୟମରେ ନିର୍ବାଚନ ସହ ଜଡିତ ଅନେକ ରୋଚକ ଖବର ଆସୁଛି ।
କିଛି ଏମିତି ମାମଲା ଆସିଛି ପଶ୍ଚିମବଙ୍ଗରୁ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ପ୍ରାର୍ଥୀ ପ୍ରାଣ ପ୍ରଣେ ଉଦ୍ୟମ ଚଲାଇଛନ୍ତି । ହେଲେ ଜଣେ ପ୍ରାର୍ଥୀ ଏମିତି କିଛି କରିଯାଇଛନ୍ତି ଯାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ପ୍ରାର୍ଥୀ ଜଣକ ହେଉଛନ୍ତି ତୃଣ ମୂଳ କଂଗ୍ରେସର ନେତା ତଥା ମମତା ବାନାର୍ଜୀଙ୍କ ଭଣଜା ଅଭିଶେକ ବାନାର୍ଜୀ ।
ଗରମ ଏବଂ ଖରାରୁ ରକ୍ଷା ପାଇବା ପାଇ ପ୍ରଚାର କରିବାକୁ ଏକ ଅଭିନବ ଉପାୟ ବାହାର କରିଛନ୍ତି ଅଭିଶେକ । ତେଣୁ ନିଜେ ନଯାଇ ନିଜର ନକଲି ବା ପ୍ରତିକୃତି ପୁତ୍ତଳିକାକୁ ଗାଡିରେ ରଖି ଅଂଚଳ ସାରା ପ୍ରଚାର ପାଇଁ ବୁଲାଇଛନ୍ତି । ଗାଡିରେ ଥିଲେ କିଛି କାର୍ଯ୍ୟକର୍ତ୍ତା ଯିଏ ତାଙ୍କ ସମର୍ଥନରେ ନାରା ବାଜି କରୁଥିଲେ । ଆଉ ମାଳ ପିନ୍ଧି ହାତ ଯୋଡି ଗାଡିରେ ଛିଡା ହୋଇ ଅଭିଶେକଙ୍କ ପୁତ୍ତଳିକା ତାଙ୍କର ପ୍ରତିନିଧିତ୍ବ କରୁଛି ।
ଅନ୍ୟପଟେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଜୋରଦାର କମେଣ୍ଟ କରୁଛନ୍ତି ଲୋକ । କେହି କହୁଛନ୍ତି ଏହା ନିଶ୍ଚିତ ଭାବରେ ମମତାଙ୍କ ଆଇଡିଆ ହୋଇଥିବ ।
To avoid scorching heat, TMC Diamond Harbour Candidate & Mamata’s Nephew Abhishek Banerjee found an innovative solution
– Using his own statute for Campaigning 🤣😂 pic.twitter.com/ZaRAG55gcZ— 💂 Rishi Bagree 🇮🇳 (@rishibagree) April 26, 2019