ପଶ୍ଚିମବଙ୍ଗରେ ISIS ପୋଷ୍ଟର, ଆତଙ୍କିତ ସାରା ରାଜ୍ୟ

ଶ୍ରୀଲଙ୍କାରେ ଆତଙ୍କୀ ସଙ୍ଗଠନ ଆଇଏସଅଇଏସର ସିରିଏଲ ବ୍ଲାଷ୍ଟ ପରେ ଏବେ ପଶ୍ଚିମବଙ୍ଗରେ ଏହି ସଂଙ୍ଗଠନର ଏକ ପୋଷ୍ଟର ଦେଖିବାକୁ ମିଳିଛି । ଏହି ପୋଷ୍ଟର ବଙ୍ଗାଳୀ ଭାଷାରେ ଲେଖା ହୋଇଛି ‘ଶୀଘ୍ରଇ ଆସୁଛେ ଇନ୍ସଆଲ୍ହା’ । ଏହାର ଅର୍ଥ ହେଉଛି ଜଲଦି ଆସୁଛି । ଗତ ଗୁରୁବାର ଦିନ ଆଇଏସର ସାହାଯ୍ୟକାରୀ ଟେଲିଗ୍ରାମ ଚ୍ୟାନେଲ ତରଫରୁ ଏହି ପୋଷ୍ଟରକୁ ଜାରି କରାଯାଇଥିଲା । ଯେଉଁଥିରେ ‘ମାରସଲାତ’ ଆତଙ୍କୀ ସଙ୍ଗଠନର ଲୋଗୋ  ଥିଲା । ଆଉ ଏହି ମାରସଲାତ ହେଉଛି ଆଇଏସଆଇଏସ ସଙ୍ଗଠନର ଶାଖା ଅଟେ ।

ପୋଷ୍ଟର ପାଇଁ ସାରା ରାଜ୍ୟର ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗୁଡିକରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଏହା ସହ ସହରର ପ୍ରମୁଖ ପ୍ରବେଶ ପଥରେ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ଯେହେତୁ ୨୦୧୪ରେ ଆଇଏସଆଇଏସର ଜଣେ ସକ୍ରୀୟ ସଦସ୍ୟ ମହମ୍ମଦ ନାସିରୁଦ୍ଦିନଙ୍କୁ ବର୍ଦ୍ଧମାନ ରେଳ ଷ୍ଟେସନରୁ ଗିରଫ କରାଯାଇଥିଲା । ତେଣୁ ସନ୍ଦେହ କରାଯାଇଛି କି, ପଶ୍ଚିମବଙ୍ଗରେ ନିଜ ସ୍ଥିତି ଜାହିର କରିବାକୁ ଏହି ଆତଙ୍କୀ ସଙ୍ଗଠନ ଏପରି ପୋଷ୍ଟର ଜାରି କରିଛି । ଏହି କାରଣରୁ ସାରା ପଶ୍ଚିମବଙ୍ଗରେ ହାଇ ଆଲର୍ଟ ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.