Below header

ଯେଉଁ ପୁଅକୁ ଦିନେ PUBG ଖେଳିବା ଯୋଗୁଁ ଗାଳି କରୁଥିଲେ ବାପା, ସେହି ପୁଅ ଆଜି ବିଶ୍ବକପରେ ଚୀନକୁ ହରାଇ ଆଣିଛି ପଦକ

ରାଜସ୍ଥାନର ଦିବ୍ୟାଂଶ ପଓ୍ଵଁର । ସୁଟିଂର ବିଶ୍ବକପ୍ ୨୦୧୯ରେ ଚୀନକୁ ହରାଇ ଦେଶ ପାଇଁ ଆଣିଛନ୍ତି ମେଡାଲ୍ । ଏହା ସହ ଅଲିମ୍ପିକ୍ ୨୦୨୦ ପାଇଁ ୧୦ ମିଟର ରାଇଫଲ୍ ବର୍ଗରେ କ୍ବାଲିଫାଇ ମଧ୍ୟ କରିଛନ୍ତି । ବେଜିଂରେ ଆୟୋଜିତ ରାଇଫଲ୍ ଆଣ୍ଡ ପିଷ୍ଟଲ୍ ୱଲର୍ଡ କପରେ ଜିଚେଙ୍ଗଙ୍କୁ ରୌପ୍ୟ ପଦକ ଜିତିଛନ୍ତି ଦିବ୍ୟାଂଶ । ୧୦ ମିଟର ଏୟାର ରାଇଫଲ୍‌ରେ ଦିବ୍ୟାଂଶ ଏହି ସଫଳତା ହାସଲ କରିଛନ୍ତି । ସେ ୨୪୯ ପଏଣ୍ଟ ପାଇଥିବା ବେଳେ ମାତ୍ର ୦.୦୪ ପଏଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ଚୀନ୍‌ ପ୍ରତିଯୋଗୀ ଠାରୁ ପଛରେ ରହି ଯାଇଥିଲେ ।

ତେବେ ଜୟପୁର ରୁ ଚୀନ ଯାଏ ୧୬ ବର୍ଷୀୟ ଦିବ୍ୟାଂଶଙ୍କ ଯାତ୍ରା ଖୁବ୍ ରୋଚକ । ଦିନେ ଯେଉଁ ପୁଅକୁ ପବଜି ଖେଳିବା ପାଇଁ ଗାଳି କରୁଥିଲେ ବାପା ସେହି ପୁଅ ଆଜି କରିଛି ଗର୍ବିତ । ସୁଟିଂ ପାଇଁ ପିଲା ବେଳୁ ହିଁ ଦିବ୍ୟାଂଶଙ୍କ ରୁଚି ଥିଲା । ଆଉ ସେହି କାରଣରୁ ମାତ୍ର ୧୪ ବର୍ଷ ବୟସରୁ ଅନଲାଇନ୍ ଗେମ୍ ପବଜିର ଶିକାର ହୋଇଯାଇଥିଲେ । ଆଉ ଏହି ଖେଳ ଚକ୍କରରେ ପାଠ ପଢା ପ୍ରତି ମଧ୍ୟ ଧ୍ୟାନ ଦେଇନଥିଲେ ।

ତେବେ ଦିବ୍ୟାଂଶଙ୍କର ଏହି ଅଭ୍ୟାସ ଛଡାଇବା ପାଇଁ ବାପା ତାଙ୍କୁ ଦିଲ୍ଲୀର କର୍ଣ୍ଣି ସିଂହ ସୁଟିଂ ରେଞ୍ଜକୁ ପ୍ରଶିକ୍ଷଣ ପାଇଁ ପଠାଇଥିଲେ । ଆଉ ଆଜି ସେହି ପବଜି ପ୍ରେମୀ ଚୀନ୍ ମାଟିରେ ଚୀନ୍ ଖେଳାଳିଙ୍କୁ ହରାଇ ଜିତିଛି ପଦକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.