ଭୁବନେଶ୍ବର: ସେପ୍ଟେମ୍ବରରେ ବ୍ରାଜିଲରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ୱାର୍ଲଡ ବିଶ୍ୱବିଦ୍ୟାଳୟ ଚେସ୍ ଚାମ୍ପିଅନସିପ ପାଇଁ କିଟରେ ଆରମ୍ଭ ହୋଇଯାଇଛି ଟିମ୍ ଚୟନ ପ୍ରକ୍ରିୟା। ଏଥିରେ ସାରା ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ପ୍ରତିଯୋଗୀ ଭାଗ ନେଇଛନ୍ତି। ଉଭୟ ମହିଳା ଓ ପୁରୁଷ ବିଭାଗରେ ୮ ଜଣ ପ୍ରତିଯୋଗୀଙ୍କୁ ଚୟନ କରାଯିବ। ସେମାନେ ଭାରତୀୟ ବିଶ୍ୱବିଦ୍ୟାଳୟ ଟିମ୍ରେ ପ୍ରତିନିଧିତ୍ୱ କରିବେ।